
କନ୍ଧମାଳ, ଫୁଲବାଣୀ ନିକଟସ୍ଥ ବୁଡାଦାନୀ ଗ୍ରାମରେ କୁଇ ସମାଜ ସେବା ସମିତି ଫୁଲବାଣୀର ୬୮ ତମ ପ୍ରତିଷ୍ଠା ଦିବସ ସମାରୋହ ବଡ ଧୁମଧାମରେ ପାଳନ ହୋଇ ଯାଇଛି । ଏଥିରେ ଜନଜାତି ସମବାୟ ବାଣିଜ୍ୟ ଉନ୍ନୟନ ସମିତିର ରାଷ୍ଟ୍ରିୟ ଉପାଧ୍ୟକ୍ଷ ପବିତ୍ର କହଁର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ଏହା ସହ ସମ୍ମାନିତ ଅତିଥିରୂପେ ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁର, ଫିରିଙ୍ଗିଆ ସରପଞ୍ଚ ଶ୍ରୀ ବିଶ୍ବ ରଞ୍ଜନ କହଁର, ଆଲାମୀ ସରପଞ୍ଚ ଶ୍ରୀମତି ତପସ୍ବିନୀ କହଁର, ନିଖିଳ ଉତ୍କଳ କୁଇ ସମାଜ ୟୁନିୟନ ସଭାପତି ଭୀମସେନ ପ୍ରଧାନ, କୁଇ କୂଳ ସମିତି ସଭାପତି ମନୋଜ କୁମାର ମଲ୍ଲିକ, କୁଇ ଭାଷା ସାହିତ୍ୟ ସମିତିର ସଭାପତି ଦିନବନ୍ଧୁ କହଁର, ସାଧାରଣ ସମ୍ପାଦକ ଡଃ. ନିରଦ ଚନ୍ଦ୍ର କହଁର, କୁଇ ସମାଜ ଯୁବ ପରିଷଦ କନ୍ଧମାଳର ସଭାପତି ଦେବାଶିଷ କହଁର ପ୍ରମୁଖ ମଞ୍ଚାସୀନ ଥିଲେ । କୁଇ ସମାଜ ଫୁଲବାଣୀର ସମସ୍ତ ଶାଖାର ସଭାପତିମାନେ ଯୋଗଦାନ କରିଥିଲେ।
କୁଇ ସମାଜ ଫୁଲବାଣୀର ସଭାପତି ଏଥିରେ ସଭାପତିତ୍ବ କରିଥିଲେ । ଡମସିଂ ଶାଖାର ଉପସଭାପତି ପଞ୍ଚାନନ କହଁର ସଭା ପରିଚାଳନା କରିଥିଲେ । ଯୁବ ପରିଷଦ ସଦସ୍ୟ ଆଲୋକ କହଁର, ଆକାଶ କହଁର, ଭାବିନ୍ଦ୍ର କହଁର, ସୁବଳ ଦେହୁରୀ,ବାଲ୍ମୀକ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଏଠାରେ ଜିଲ୍ଲାର ଏକ ହଜାରରୁ ଉର୍ଦ୍ଧ୍ବ ଲୋକ ସମାଗମ ହୋଇ ଆନନ୍ଦ ଉଲ୍ଲାସର ସହ ନାଚ ଗୀତ କରି ପ୍ରତିଷ୍ଠା ଦିବସ ପାଳନ କରିଥିଲେ । କୁଇ ସମାଜର ବିକାଶ ପାଇଁ ଅତିଥିବୃନ୍ଦ ନିଜର ମତ ରଖିଥିଲେ । ଶେଷରେ କୁଇ ସମାଜ ଯୁବ ପରିଷଦର ଯୁଗ୍ମ ସମ୍ପାଦକ ଶ୍ରୀ ବିଶ୍ବମ୍ବର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।