ନୂଆଦିଲ୍ଲୀ,ରାଜ୍ୟ ସଂସ୍ଥାପନ ଦିବସ ଉପଲକ୍ଷେ ନାଗାଲାଣ୍ଡର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନାଗା ଆଦିବାସୀ ମାନଙ୍କ ମହାନ୍ ସଂସ୍କୃତି ଏବଂ ପରମ୍ପରା ଆମକୁ ଭିନ୍ନତା ମଧ୍ୟରେ ଏକତା ତଥା ସମୃଦ୍ଧ କରିଛି । ଏହି ଅବସରରେ ସେ ରାଜ୍ୟ ତଥା ରାଜ୍ୟବାସୀଙ୍କ ନିମନ୍ତେ ସଦିଚ୍ଛା ଓ ଉଜ୍ଜଳମୟ ଭବିଷ୍ୟତ କାମନା କରିଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ଏକ ଟ୍ୱିଟ୍ ଜାରୀ ହୋଇଛି ।