
-
ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ
ବଲାଙ୍ଗିର, ଉଚ୍ଛେଦ ହେଉଥିବା ବସ୍ତି ବାସିନ୍ଦା ମାନେ ଆଜି କଚେରୀ ଛକ ରାଜରାସ୍ତାରେ ଧାରଣା ଦେବା ସଙ୍ଗେ ସଙ୍ଗେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଭିନ୍ନ ଭିନ୍ନ ଦଳ ପକ୍ଷରୁ ଏହାଙ୍କୁ ସମର୍ଥନ କରିବା ସଙ୍ଗେ ସଙ୍ଗେ ପ୍ରଥମେ ଥଇଥାନ ପରେ ଉଚ୍ଛେଦ କରିବାକୁ ଦାବୀ କରି ଦିନ ୧୧ ଟାରୁ ୧ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଫଳରେ କିଛି ସମୟ ପାଇଁ ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା ।