
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ସୂଚନା ଅନୁସାରେ, ସେ ଏକ କାର୍ ନଂ ଓଡ଼ି୧୫କେ ୬୧୧୧ ଯୋଗେ ବଙ୍ଗୋମୁଣ୍ଡାରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ବରଗଡ଼ ଉପକଣ୍ଠରେ ଥିବା ବରାହଗୋଡା ଟୋଲଗେଟ ଠାରେ ବଲାଙ୍ଗିର ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ତାଙ୍କ କାର୍ କୁ ଯାଂଚ୍ କରିଥିଲେ । ଏବଂ ଯାଂଚ୍ ବେଳେ ତାଙ୍କ ନିକଟରୁ ୨ ଲକ୍ଷ ୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିଥିଲେ । ଅଧିକ ପଚରା ଉଚୁରା ନିମନ୍ତେ ଭିଜିଲାନ୍ସ ଟିମ୍ ତାଙ୍କୁ ସମ୍ବଲପୁର ନେଇଛନ୍ତି । ଘଟଣାରେ ତାଙ୍କୁ ଗିରଫ କରିବା ସହ ଭିଜିଲାନ୍ସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।