
ଭୁବନେଶ୍ୱର, କେନ୍ଦ୍ର ସରକାର ଓଡିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ଅବହେଳା କରୁଛନ୍ତି ବୋଲି ଅଭିଯୋଗ କରି ବୁଧବାର ଦିନ ବିଜେଡି ବିଧାୟକ ମାନେ ପଦଯାତ୍ରାକରିବା ସହ ବିଜେଡି କର୍ମୀ ମାନେ ରାଜଭବନ ସାମନାରେ ଧାରଣା ଦେଇଛନ୍ତି ।
ବିଜେଡି ବିଧାୟକ ମାନେ ଅଭିଯୋଗ କରିଛନ୍ତି ଯେ ବିଜେପି ସାଂସଦଙ୍କ ଅଭିଯୋଗକ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବନ୍ଦ କରାଯାଇଛି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ କରି ରିପୋର୍ଟ ମଧ୍ୟ ପ୍ରଦାନ କରାଯାଇଛି ।ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚିଠି ଲେଖି କେନ୍ଦ୍ରକୁ ଜଣାଇଛନ୍ତି । ଏହା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟରେ ଆରମ୍ଭ କରାଯାଇନାହିଁ ବୋଲି ସେମାନେ କହିଛନ୍ତି ।