
ଭୁବନେଶ୍ୱର, ବିଧାନସଭାର ଶୀତକାଳୀନ ଅଧିବେଶନ ଆର ହୋଇଥିବା ବେଳେ ପ୍ରଥମ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଧାନସଭା ଗେଟ ସାମ୍ନାରେ କଂଗ୍ରେସ ବିଧାୟକ ମାନେ ପ୍ଲାକାର୍ଡ ଧରି ଧାରଣା ଦେଇଥିବା ଦେଖା ଯାଇଥିଲା ।
କଂଗ୍ରେସ ବିଧାୟକ ମାନେ ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ କଂଗ୍ରେସ ବିଧାୟକମାନେ ଅଭିଯୋଗ କରି ପ୍ରତିବାଦ କରିଛନ୍ତି । କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରାଯାଇଥିବାବେଳେ ପବିତ୍ର ଗୃହକୁ ମନ୍ତ୍ରୀ ଆସିଲେ ଗୃହ ଅପବିତ୍ର ହେବ ବୋଲି କଂଗ୍ରେସ କହିଛି । ତେଣୁ ଦିବ୍ୟଶଙ୍କରଙ୍କୁ ଗୃହରେ ପୁରାଇନଦେବାକୁ କଂଗ୍ରେସ ବିଧାୟକମାନେ ଧାରଣା ଦେଇଥିବା କହିଛନ୍ତି ।