
ଭଦ୍ରକ, ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ପ୍ରିବର୍ଷ ପରି ଚଳିତ ବର୍ଷ ବାର୍ଷିକ ନେତ ଉଡ଼ାଣ ସମାରୋହର ପ୍ରସ୍ତୁତି ବୈଠକ ସ୍ଥାନୀୟ ବାଲଗୋପାଲ ମନ୍ଦିର ପରିସରରେ ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମାଙ୍କ ଅଧ୍ୟକ୍ଷତା ଅନୁÂିତ ହୋଇଥିଲା । ଏଥିରେ ଆପାତତଃ କୋଭିଡ଼ ନିୟମାନୁସାରେ ଭଦ୍ରକ ନିକଟସ୍ଥ ବ୍ରହ୍ମପୁର ଗ୍ରା.ପ. ଅଧିନସ୍ଥ କୁଣ୍ଡିବାଗ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଉକ୍ତ ବାର୍ଷିକ ସମାରୋହ କରାଯିବାକୁ ସ୍ଥିର କରାଗଲା । ସମିତିର ବାର୍ଷିକ ମୁଖପତ୍ର ‘ନୀଳକନ୍ଦର’ ପତ୍ରିକାର ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇ ସାରିଥିବା ସୂଚନା ଦିଆଯାଇଛି । ବାର୍ଷିକ ସମାରୋହରେ ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ନିମନ୍ତେ ଉକ୍ତ ଅତିଥିଙ୍କ ସହ ଯୋଗାଯୋଗ କରି ସ୍ଥିର କରିବାକୁ ନିଷ୍ପତି ନିଆଯାଇଥିଲା । ସମିତିର ସଭ୍ୟସଭ୍ୟାମାନଙ୍କୁ ନେଇ ପାଣ୍ଠି ସଂଗ୍ରହ ନିମନ୍ତେ ମତ ପ୍ରକାଶ ପାଇଥିଲା । ସହପରିଚାଳକ ପଣ୍ଡିତ ବିଷ୍ଣୁ ମୋହନ ପଣ୍ଡାଙ୍କ ଲିଖିତ ‘ମନ୍ଦିର ଓ ଦେବତା ପ୍ରତିÂା ପଦ୍ଧତି’ ଓ ‘କାଳସର୍ପଯୋଗ ରିଷ୍ଟ ଶାନ୍ତି ପଦ୍ଧତି’ ପୁସ୍ତକ ଦ୍ୱୟ ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମାଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଲୋକାର୍ପଣ କରାଯାଇଥିଲା । ଏହି ବୈଠକରେ ଶନେଇ ଶିଅଳ, ବିଷ୍ଣୁ ମୋହନ ପଣ୍ଡା, ପ୍ରତାପ କୁମାର ପଣ୍ଡା, ପ୍ରଶାନ୍ତ କୁମାର ଦେ, କାହ୍ନୁ ଚରଣ ଦାସ, ଦୁର୍ଯେ୍ୟାଧନ ମଲ୍ଲିକ, ଲକ୍ଷ୍ମୀଧର ଖଟୁଆ, ଶରତ ଚନ୍ଦ୍ର ମହାନ୍ତି, ପରମାନନ୍ଦ ପାଣିଗ୍ରାହୀ, ବଳରାମ ମହାନ୍ତି, ନାରାୟଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକର ପ୍ରାରମ୍ଭରେ ମୁଖ୍ୟ ଆବାହକ ଶରତ କୁମାର ସାହୁ ବିବରଣୀ ଉପସ୍ଥାପନ କରିଥିଲେ ।