ମୁମ୍ବାଇ, ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ ଠାଣେ ଜିଲ୍ଲା ଡେଂବିବଳୀକୁ ଫେରିଥିବା ଜଣେ ଯୁବକର କରୋନା ଯାଂଚ ରିପୋର୍ଟରେ ପଜିଟିଭ ଆସିଛି । କଲ୍ୟାଣ-ଡେଂବିବଳୀ ନଗର ନିଗମର ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଯୁବକ ଜଣକର ନମୁନାକୁ ଜିନୋମ ସିକ୍ୱୋସିଂଗ ପାଇଁ ପ୍ରୟୋଗଶାଳାକୁ ପଠା ଯାଇଛି । ରିପୋର୍ଟ ଆସିବା ପରେ ଜଣା ପଡିବଯେ ଯୁବକ ଜଣକ କରୋନାର କେଉଁ ପ୍ରକାର ଭ୍ୟାରିଆଂଟ ଦ୍ୱାରା ସଂକ୍ରମିତ ।
କଲ୍ୟାଣ-ଡେଂବିବଳୀ ନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରତିଭା ପାଟିଲ ସୋମବାର ସୂଚନା ଦେଇ କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାର କ୍ୟାପଟାଉନ ସହରରୁ ପେଂରିଥିବା ଯୁବକ ଦିଲ୍ଲୀ ବାଟଦେଇ ଡେଂବିବଳୀକୁ ଫେରିଛନ୍ତି । ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । ଯୁବକର ନମୁନାକୁ ଜିନୋମ ସିକ୍ୱୋସିଂଗ ପାଇଁ ପ୍ରୟୋଗଶାଳାକୁ ପଠା ଯାଇଛି । ତାଙ୍କ ପରିବାରର ୬ ଜଣ ସଦସ୍ୟଙ୍କର କରୋନା ଯାଂଚ କରାଯାଇଛି , ସେମାନଙ୍କ ମଧ୍ୟରୁ ୫ ଜଣଙ୍କର କରୋନା ପଜିଟିଭ ଆସିଛି । ଡା ପ୍ରତିଭା ପାଟିଲ କହିଛନ୍ତି ବର୍ତମାନ ସୁଦ୍ଧା ଜଣଙ୍କର କରୋନା ଟେଷ୍ଟ ରିପୋର୍ଟ ଆସିନାହିଁ ।