-
୮୯.୩୬ ଲକ୍ଷ ଆବାସ ନିର୍ମାଣ ଆରମ୍ଭ ଏବଂ ୫୨.୫୫ ଲକ୍ଷ ଆବାସ କାମ ସମ୍ପୂର୍ଣ୍ଣ କିମ୍ବା ହସ୍ତାନ୍ତର ହୋଇସାରିଛି
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଂଚଳ ଅଧୀନରେ ସାମିଲ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଏକ ଚାହିଦା ସର୍ବେକ୍ଷଣ କରାଯାଇଥିଲା ଏବଂ ସହରାଂଚଳରେ ୧ କୋଟି ୧୨ ଲକ୍ଷ ୨୪ ହଜାର ଆବାସ ନିର୍ମାଣର ଚାହିଦା ରହିଥିବା ଆକଳନ କରାଯାଇଥିଲା । ଏହା ତୁଳନାରେ, ବର୍ତମାନ ସୁଦ୍ଧା ଏହି ଯୋଜନାରେ ୧ କୋଟି ୧୪ ଲକ୍ଷ ୬ ହଜାର ଆବାସ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ମଞ୍ଜୁରି ହାସଲ କରିଥିବା ଆବାସ ମଧ୍ୟରୁ ୮୯ ଲକ୍ଷ ୩୬ ହଜାର ଆବାସ ନିର୍ମାଣ କାମ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ୫୨ ଲକ୍ଷ ୫୫ ହଜାରଟି ଆବାସ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି କିମ୍ବା ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ଅନୁରୂପ ଭାବେ ଓଡ଼ିଶା ପାଇଁ ୧ ଲକ୍ଷ ୭୭ ହଜାର ୫୨୮ଟି ଆବାସ ପ୍ରକଳ୍ପ ମଞ୍ଜୁର କରାଯାଇଛି । ୧ ଲକ୍ଷ ୩୬ ହଜାର ୨୦୫ଟି ଆବାସ କାମ ଆରମ୍ଭ ହୋଇଛି ଏବଂ ୯୮ ହଜାର ୨୦୩ଟି ଆବାସ କାମ ସମ୍ପୂର୍ଣ୍ଣ କିମ୍ବା ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି । ମଞ୍ଜୁରି ପାଇଥିବା ସମସ୍ତ ପ୍ରକଳ୍ପ/ଆବାସ କାମ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କୁ ପରାମର୍ଶ ଦିଆଯାଇଛି ।