-
ବାଲିଗୁଡ଼ା ଥାନାର ବିଭିନ୍ନ ଅଞ୍ଚଳରେ କେକେବିଏନ୍ ମାଓ ସଂଗଠନର ପୋଷ୍ଟର ଜାରି
କନ୍ଧମାଳ, କିଛି ମାସର ନିରବତା ପରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ପୁଣି ସ୍ଥିତି ଜାହିର କରିଛି ଲାଲ୍ ବାହିନୀ । ବାଟାଗୁଡା, ରେବିଙ୍ଗିଆ, ମିଡ଼ିଆପାଙ୍ଗା ଓ ବାରଖମାର ଆଦି ବିଭିନ୍ନ ସ୍ଥାନରେ କେକେବିଏନ ମାଓ ସଂଗଠନ ପୋଷ୍ଟର ଜାରି କରିଥିବା ଦେଖିବାକୁ ମିଳିଛି । ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳିବାକୁ ଆହ୍ବାନ ଦିଆଯାଇଥିବାବେଳେ ଜୀବନ ପାଇଁ ଜଙ୍ଗଲକୁ ଏକ ମାସ ପର୍ଯ୍ୟନ୍ତ ନଯିବାକୁ ପୋଷ୍ଟର ମାଧ୍ୟମରେ ଅଞ୍ଚଳବାସୀଙ୍କୁ ନିବେଦନ କରିଛି ସଂଗଠନ । ଜଙ୍ଗଲରେ ଜାଗା ଜାଗାରେ ଲାଗିଥିବା ପୋଷ୍ଟରରେ ଏହା ଉଲ୍ଲେଖ ରହିଛି । ଗଞ୍ଜେଇ ଚାଷ ନଷ୍ଟ କରିବା ଉଦ୍ଦେଶ୍ୟରେ ମାଓ ଦମନକୁ ବିରୋଧ କରିବା ସହ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ପୋଷ୍ଟର ମାଧ୍ୟମରେ କୁହାଯାଇଛି । ଏକା ସାଙ୍ଗରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ମାଓ ପୋଷ୍ଟର ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।