
ଦିଲ୍ଲୀ,ଦିଲ୍ଲୀରେ ଗତ ୨୪ ଘଂଟାରେ ୩୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୮ ହୋଇ ଯାଇଛି ।
କେରଳରେ ଗତ ୨୪ ଘଂଟାରେ ୪,୩୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ତିରୁବନନ୍ତପୁରମ,କେରଳରେ ଗତ ୨୪ ଘଂଟାରେ ୪,୩୫୦ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୯,୮୩୮ହୋଇ ଯାଇଛି ।
ମିଜୋରାମରେ ଗତ ୨୪ ଘଂଟାରେ ୨୮୨ କରୋନାର ନୂଆ ମାମଲା
ଆଇଜଲ , ମିଜୋରାମରେ ଗତ ୨୪ ଘଂଟାରେ ୨୮୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୩୮୩୪ ହୋଇଛି ।