ଭୁବନେଶ୍ୱର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୋମବାର ଦିନ କହିଛନ୍ତି, ଯେ ନୂଆ ଭାରିଆଂଟର ସଂକ୍ରମଣ କ୍ଷମତା ସ୍ପଷ୍ଟ ହୋଇ ନ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି । ସଂସ୍ଥା ପକ୍ଷରୁ କୁହା ଯାଇଛି ଯେ ନୂଆ ଭାରିଆଂଟ ଉପରେ ଅଧିକ ଷ୍ଟଡିର ଆବଶ୍ୟକତା ରହିଛି । ଏହାର ସଂକ୍ରମଣ କରିବାର କ୍ଷମତା କେତେ, ରୋଗ କରିପାରିବା କ୍ଷମତା କେତେ,ଭ୍ୟାକ୍ସିନ ଏହାକୁ ମୁକାବିଲା କରିବାରେ କେତେ କ୍ଷମତା ରହିଛି ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ ତଥ୍ୟ ନାହିଁ । ଏନେଇ ପରୀକ୍ଷାନିରୀକ୍ଷା ଚାଲିଛି । ଯେହେତୁ ଖବର ଆସୁଛି, ଏହା ଗୋଟିଏ ନୂଆ ଭ୍ୟାରିଏଂଟ ୧୩ରୁ ଅଧିକ ମ୍ୟୁଟେସନ ରହିଛି । ତେଣୁ ସମସ୍ତେ ସତର୍କ ରହିବା ଦରକାର ବୋଲି ସେ କହିଛନ୍ତି ।