ନୂଆପଡା, ନୂଆପଡା ଜିଲ୍ଲା ଖଡ଼ିଆଳ ମୁକ୍ତ ବିଚାର ମଞ୍ଚର ୩୨ତମ ଆଲୋଚନାଚକ୍ର ସ୍ଥାନୀୟ କଲ୍ୟାଣ ମଣ୍ଡପ-୧ ଠାରେ ପ୍ରାକ୍ତନ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ” କୃଷି ଆଇନ ପ୍ରତ୍ୟାହାର ଏକ ଅନୁଚିତ ପଦକ୍ଷେପ ” ଶୀର୍ଷକ ଉପରେ ଆଧାରିତ ଏହି ସମାରୋହରେ ବରେଣ୍ୟ ଆଲୋଚକ ଭାବରେ ଇନ୍ଦ୍ରମଣି ପାଣିଗ୍ରାହୀ, ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋଡ଼େନ, ସନ୍ତୋଷ କୁମାର ମେହେର ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର କୋମନା, ଆଇନଜୀବୀ ପ୍ରତାପ ଜଗତ ଓ ଅଧ୍ୟାପକ ବୈଶମ୍ପାୟନ ସୁନାନୀ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଖଡ଼ିଆଳ ପ୍ରମୁଖ ଯଥାକ୍ରମେ ସଦୟ ଯୋଗଦାନ ପୂର୍ବକ ଶୀର୍ଷକର ସପକ୍ଷ ଓ ବିପକ୍ଷ ଉପରେ ଆଲୋଚନା କରିଥିଲେ । ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ. ଫଣିନ୍ଦମ ଦେଓ ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଏହି ଅବସରରେ ମୁମ୍ବାଇ ସ୍ଥିତ ପଶ୍ଚିମ ଓଡିଶା ପରିବାର ତରଫରୁ ମାସ୍କ ବଣ୍ଟନ କରାଯାଇଥିଲା । ଏହା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଲୋଚନା ଚକ୍ରରେ ବରିଷ୍ଠ ସଦସ୍ୟ ଶଶିକାନ୍ତ ଖମାରୀ, ପ୍ରାଧ୍ୟାପକ ଲୋହିତାକ୍ଷ ଯୋଷୀ, ଡଃ. ସୁଶାନ୍ତ କୁମାର ବିଶି, ସନାତନ ମହାନ୍ତି, ନୀଳଲୋହିତ ସିଂହ ଦେବ, ବିନୋଦ ବିହାରୀ ପାଢୀ, ଗୈାରାଙ୍ଗ କୁମାର ସାହୁ, ନନ୍ଦ କିଶୋର ପ୍ରଧାନୀ, ଅଧ୍ୟାପକ ଆଲୋକ କୁମାର ରଥ, ଆଇନଜୀବୀ ପବିତ୍ର ମୋହନ ପ୍ରଧାନ, ସୁରେଶ କୁମାର ତିୱରୀ , କିଶୋର ବାଗ, ରାମଚନ୍ଦ୍ର ବେହେରା, ଶିରିଶଙ୍କର ବାରିକ, ସତିଶ ଚନ୍ଦ୍ର ପଟ୍ଟନାୟକ, ନବୀନ କିଶୋର ପାଢୀ, ରାଜୀବ କୁମାର ପାଣ୍ଡେ, କାର୍ତ୍ତିକ ବାଗ, ମହେନ୍ଦ୍ର କୁମାର ଜଗତ,ଭାନୁ ସୁନାନୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କିଶୋର ଚନ୍ଦ୍ର ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।