ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ କଟାକ୍ଷ କରି ଏହାକୁ ଏକ ପ୍ରହସନ ବୋଲି କହିଛନ୍ତି ବରିÂ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ । ଗଣମାଧ୍ୟମକୁ ଏସମ୍ପର୍କରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ୫- ଟି ନା ·’ । ପଳର୍ବରୁ ଅନେକ ଥର ୫ ଟି କୁ ସେ ସମାଲୋଚନା କରିଥିବା ବେଳେ ଆଜି ରାଜଧାନୀରେ କ୍ୟାପିଟାଲ ହସ୍ପିଟାଲର ସମସ୍ୟା ନେଇ ବର୍ଷିଛନ୍ତି ।
ରାଜଧାନୀ ମେଡିକାଲର ସମସ୍ୟା ସମାଧାନ କରି ପାରୁନ ବାହାରକୁ କଣ ଯାଉଛ ବୋଲି ସୁର ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ କ୍ୟାପିଟାଲ ହସ୍ପିଟାଲରେ ଲୋକେ ବେଡ୍ ନପାଇ ତଳେ ଗଡୁଛନ୍ତି । ତଳେ ଶୋଇଥିବା ରୋଗୀଙ୍କ ଦେହରେ ସାଲାଇନ ଲାଗିଛି, ବ୍ଲଡ ଦିଆଯାଉଛି । ଏସବୁ କଣ ୫-ଟି ସଚିବ ଦେଖି ପାରୁନାହାନ୍ତି । ରୋଗୀଙ୍କ କଥା ବୁଝ । ଏଇଠି ସସାଧାନ କରି ପାରୁନ ଅନ୍ୟ ଜିଲ୍ଲାରେ କି ସମାଧାନ ହେଉଥିବ ବୋଲି ସେ ପ୍ରଶ୍ନ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରୋଗୀ ଆସୁଥିଲେ ହେଁ ସରକାର ସେମାନଙ୍କୁ ସେବା ଦେଇପାରୁ ନାହାନ୍ତି ଏହା ଠାରୁ ଲଜ୍ଜାଜନକ କଥା ଆଉ କଣ ହୋଇ ପାରେ ।