ନୂଆପଡା,ନୂଆପଡା ଜିଲ୍ଲା ଖରିଆରରୋଡ଼ ନିୟମିତ ବଜାର କମିଟି ଖରିଆରରୋଡ଼ ଠାରେ ଆଜି ନୂଆପଡା ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ କରକମଳରେ ଧାନ ମଣ୍ଡି ଶୁଭ ଉଦଘାଟନ ହୋଇଯାଇଛି । ଅର୍ଣ୍ଣଦାତା ଚାଷୀ ନିଜ ଉପାର୍ଜିତ ଧାନ ଶଷ୍ୟ ସରକାରଙ୍କ ଏମଏସପି ଧାର୍ଯ୍ୟ ମୂଲ୍ୟରେ ବିକ୍ରିକରି ଲାଭାନ୍ବିତ ହେବାପାଇଁ ସରକାରଙ୍କ ମଣ୍ଡି ବ୍ୟବସ୍ଥାରେ ଚାଷୀ ଅଂଶ ଗ୍ରହଣ କରିବାପାଇଁ ଜିଲ୍ଲାପାଳ ଶ୍ରୀ ସିଂ ଚାଷୀଙ୍କୁ ଆହ୍ବାନ କରିଛନ୍ତି । ଆଜି ଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବରେ ୭୪ ଗୋଟି ଧାନମଣ୍ଡି ଆରମ୍ଭ ହେବ । ଚଳିତବର୍ଷ ମଣ୍ଡିରେ ଧନବିକ୍ରୟ କରିବାପାଇଁ ଜିଲ୍ଲାରେ ୩୬ ହଜାର ୨୧୧ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ଜିଲ୍ଲାରେ ୭୪ ଗୋଟି ଧାନମଣ୍ଡି ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୭୫ ହଜାର କୁଇଣ୍ଟାଲ ଧାନ କ୍ରୟ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି ।
ଜିଲ୍ଲାସ୍ତରୀୟ ମଣ୍ଡି ଉଦଘାଟନ ଅବସରରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀ, ଆରଏମସି ସମ୍ପାଦକ, ଏଆରସିଏସ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଚାଷୀ, ପେକ୍ସ, ମିଲର୍ସ ଉପସ୍ଥିତ ଥିଲେ ।