-
କନଷ୍ଟେବଳଙ୍କ ବାସଭବନ ସମେତ ଏକକାଳୀନ ତିନୋଟି ସ୍ଥାନରେ ଚଢ଼ଉ
ଗଞ୍ଜାମ, ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଜଣେ କନଷ୍ଟେବଳଙ୍କ ଘରେ ଆଜି ସକାଳ ଠାରୁ ବ୍ରହ୍ମପୁର ଭିଜିଲାନ୍ସ ଚଢ଼ଉ କରିଛି । କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଏହି ଚଢ଼ଉ ହୋଇଛି । ଏକକାଳୀନ ତିନୋଟି ସ୍ଥାନରେ ଏହି ଚଢ଼ଉ ହୋଇଛି । ଜଣେ ଅତିରିକ୍ତ ଏସପି, ଦୁଇ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଏହି ଚଢ଼ଉରେ ସାମିଲ୍ ଅଛନ୍ତି । ବ୍ରହ୍ମପୁର ସହର ଉପକଣ୍ଠସ୍ଥ ଲୁଚାପଡ଼ା ମେନ୍ ରୋଡରେ ଥିବା ତାଙ୍କର ତିନି ମହଲା ବିଶିଷ୍ଟ କୋଠାଘର, ନିମଖଣ୍ଡି ଗ୍ରାମରେ ଥିବା କୋଠାଘର ଏବଂ ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗ୍ରାମରେ ଥିବା ପୈତୃକ ଘରେ ଚଢ଼ଉ ଜାରୀ ରହିଛି । ବ୍ରହ୍ମପୁର ସ୍ପେଶାଲ ଭିଜିଲାନ୍ସ ଜଜ୍ ଙ୍କ ଦ୍ୱାରା ଜାରୀ ସର୍ଚ୍ଚ ୱାରେଂଟ ଆଦେଶ ବଳରେ ଏହି ଚଢ଼ଉ କରାଯାଇଛି । ବର୍ତମାନ ସୁଦ୍ଧା କନଷ୍ଟେବଳ ସୁଦର୍ଶନଙ୍କ ଘରୁ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।