
ଗଞ୍ଜାମ, ବ୍ରହ୍ମପୁର, ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ହଜାର ହଜାର ବର୍ଷ ଧରି ଭୂତାଣୁ ଚିକିତ୍ସାର ଔଷଧ ରହିଛି, ଏଣୁ ନୂତନ ଓମିକ୍ରନ ଭାଇରସକୁ ଭୟ ନକରି ଆୟୁର୍ବେଦ ଚିକିତ୍ସକଙ୍କ ପରମର୍ଶ ନେବାକୁ ସଚେତନ କରାଯାଇଥିଲା । ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଆଦି ରୋଗର ପରୀକ୍ଷା କରି ଚିକିତ୍ସା, ପରାମର୍ଶ ଓ ଔଷଧ ବିତରଣ କରିଥିଲେ ।
ପ୍ରତ୍ୟେକ ସୋମବାର ସକାଳେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥାଏ । ଶିବିରର ପ୍ରାୟୋଜକ ଥିଲେ ଜୟନ୍ତୀ ଲାଲ ନରସି ଚୌହାନ । ମନ୍ଦିର ପରିଚାଳନା କମିଟିର ସଭ୍ୟ ସଭ୍ୟା ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତେ ଏହାର ସୁଯୋଗ ନେବାକୁ ମନ୍ଦିର କମିଟି ଅନୁରୋଧ କରିଛନ୍ତି ।