ଭୁବନେଶ୍ୱର – ଦେଶର ଲୌହ ମାନବ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ଅବସରରେ ଦେଶବ୍ୟାପୀ ରନ୍ ଫର୍ ୟୁନିଟି (ଏକତା ପାଇଁ ଦୌଡ) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଥିବା ବେଳେ ଭୁବନେଶ୍ୱର ରେଲୱେ ଷ୍ଟାଡିୟମ୍ ଠାରେ ଠାରେ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ସମ୍ଭବତଃ ଭାରତ ପୃଥିବୀର ମହାଶକ୍ତି ହୋଇସାରନ୍ତାଣି । ଯେଉଁ ସର୍ଦ୍ଧାରଙ୍କ କାରଣରୁ ଦେଶରେ କୃଷି, ସମବାୟ, ସୁରକ୍ଷା ଓ ପ୍ରଶାସନ ଦ୍ୱାରା ଏକ ଲୌହ ଢାଂଚା ତିଆରି କରାଯାଇ ପାରିଥିଲା ସେହି ସର୍ଦ୍ଧାରଙ୍କୁ ଦେଶ ମନେ ପକାଇନଥିଲା । ମାତ୍ର ଆଜି ଦେଶରେ ତାଙ୍କ ଜୟନ୍ତୀ ଅର୍ଥାତ୍ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଧାରଙ୍କ ପୃଥିବୀର ସବୁଠୁ ଉଚ୍ଚ ପ୍ରତିମୂର୍ତି “ଷ୍ଟାଚ୍ୟୁ ଅଫ୍ ୟୁନିଟି” ସ୍ଥାପନା କରି ଦେଶର ନାଗରିକମାନଙ୍କ ମଧ୍ୟରେ ଏକ ଭାରତ, ଶ୍ରେÂ ଭାରତ ସଂକଳ୍ପନାର ଆହ୍ୱାନ କରି ସର୍ଦ୍ଧାରଙ୍କୁ ସର୍ବଶ୍ରେÂ ସମ୍ମାନ ଦେଇଛନ୍ତି ବୋଲି ସେ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଭୁବନେଶ୍ୱର ରେଳ ଷ୍ଟାଡିୟମ ଠାରେ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ରନ୍ ଅଫ୍ ୟୁନିଟି କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ପ୍ରଧାନ ସର୍ଦ୍ଧାର ପଟେଲଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କାର୍ଯ୍ୟକ୍ରମରେ ଉପସ୍ଥିତ ବିଭିନ୍ନ ଶିକ୍ଷାନୁÂାନର ଛାତ୍ରଛାତ୍ରୀ, ଅର୍ଦ୍ଧ ସାମରିକ ବାହିନୀର ଯବାନ, ସ୍ୱଚ୍ଛାସେବୀ ସଂଗଠନର ସଦସ୍ୟ ତଥା ଜନସାଧାରଣ ମାନଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ବହୁ କ୍ରୀଡାବିତ୍ ଓ ସନେ କଳାକାର ସାମିଲ ହୋଇଥିଲେ ।