ଭୁବନେଶ୍ୱର – ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟର କେତେକ ନଦୀର ଜଳପତନ ବିପଦ ସଂକେତ ପାଖାପାଖି ହୋଇଥିଲା ବେଳେ ଆଉ କେତେକ ନଦୀର ଜଳପତନ ସ୍ଥିର ରହିଛି । ଏହା ବ୍ୟତୀତ ଅନ୍ୟ କେତେକ ନଦୀର ଜଳପତନ ବିଭିନ୍ନ ସ୍ଥାନରେ ହ୍ରାସ ପାଇଥିବା ଜଣାପଡ଼ିଛି । ଜଳସମ୍ପଦ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଆଜି ସନ୍ଧ୍ୟା ୬ ଟା ସୁଦ୍ଧା ଦେବୀ ନଦୀର ଜଳପତନ ଆଳି ପିଙ୍ଗଳଠାରେଏବଂ କୁଶଭଦ୍ରା ନଦୀ ନିମାପଡ଼ାଠାରେ, ବ୍ରାହ୍ମଣୀ ନଦୀ ଜେନାପୁରଠାରେ, ବୁଢ଼ାବଳଙ୍ଗ ୫ ନମ୍ବର ଜାତୀୟ ରାଜପଥଠାରେ, ସୁବର୍ଣ୍ଣରେଖା ରାଜଘାଟ ଠାରେ ବୃଦ୍ଧି ପାଇବାରେ ଲାଗିଛି । ମହାନଦୀ ନରାଜଠାରେ ସ୍ଥିର ରହିଥିଲେ ହେଁ, ବିପଦ ସଂକେତ ପାଖାପାଖିରେ ରହିଛି । ନରାଜର ବିପଦ ସଂକେତ ୨୬.୪୧ ମିଟରରେ ରହିଥିଲା ବେଳେ ବର୍ତମାନ ଏହାର ଜଳସ୍ତର ୨୫.୯୮ ମିଟରେ ରହିଛି । ବ୍ରାହ୍ମଣୀ ନଦୀ ପାନପୋଷଠାରେ ସ୍ଥିର ରହିଥିଲେ ହେଁ ବିପଦ ସଂକେତଠାରୁ ଜଳସ୍ତର ୬ ମିଟର ତଳେ ରହିିଛି । ଇବ୍ ନଦୀ ସୁନ୍ଦରଗଡ଼ଠାରେ, ବୈତରଣୀ ଆନନ୍ଦପୁର, ଆଖୁଆପଦା, ସୁବର୍ଣ୍ଣରେଖା ରାଜଘାଟ, ବଂଶଧାରା ଗୁଣୁପୁର କାଶୀନଗର, ଋଷିକୂଲ୍ୟା ପୁରୁଷୋତମପୁର ଏବଂ ଜଳକା ମଥାନୀଠାରେ ଜଳସ୍ତର ହ୍ରାସ ପାଉଛି ।