
ନୂଆଦିଲ୍ଲୀ,ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଦିନ ଉତରାଖଣ୍ଡକୁ ଦୁଇ ଦିନିଆ ଗସ୍ତରେ ଯିବେ । ସେ ହରିଦ୍ୱାରର ପତାଂଜଳି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତନ ଉତ୍ସବରେ ଯୋଗଦେବେ > ରେ ଆଉ କେତେକ କାର୍ଯ୍ୟକ୍ରମରେ ସାମିଲ ହେବେ ।
ରାଷ୍ଟ୍ରପତିଙ୍କ ସଚିବାଳୟ ତରଫରୁ କୁହାଯାଈଛି ଯେ ରାଷ୍ଟ୍ରପତି ୨୮ରୁ ୨୯ ନଭେମ୍ବର ପର୍ଯ୍ୟନ୍ତ ଉତରାଖଣ୍ଡ ଗସ୍ତରେ ଯିବେ । ରାଷ୍ଟ୍ରପତି ୨୮ ନଭେମ୍ବରରେ ହରିଦ୍ୱାରର ପତଂଜଳି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତନ ଉତ୍ସବରେ ସାମିଲ ହେବେ । ସେହିଦିନ ସଂନ୍ଧ୍ୟାବେଳେ ରୂଷିକେଶର ପରମାର୍ଥ ନିକେତନ ଘାଟରେ ଗଂଗା ଆଳତୀରେ ମଧ୍ୟ ସାମିଲ ହେବେ । ସେହିଭଳି ଭାବରେ ୨୯ ନଭେମ୍ବରରେ ଦିଲ୍ଲୀ ଫେରିବା ପୂର୍ବରୁ ରୂଷିକେଶର ପରମାର୍ଥ ନିକେତନ ଆଶ୍ରମ ଏବଂ ହରିଦ୍ୱାରରେ ଦେବ ସଂସ୍କୃତି ବିଶ୍ୱବିଦ୍ୟଳୟ ପରିଦର୍ଶନରେ ଯିବେ ।