
-
୧୫ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର, ଦାଦା – ପୁତୁରା ଗିରଫ
ପାରଳାଖେମୁଣ୍ଡି, ଗଜପତି ଜିଲ୍ଲା ମୋହନା ବନ ବିଭାଗ ଓ ଅଡ଼ବା ପୋଲିସ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ଗୁରୁଝୋଲି ପଂଚାୟତ ଚିଢ଼ାଙ୍ଗପଙ୍କା ଗାଁରେ ଚଢ଼ଉ କରାଯାଇ ୧୫ କେଜି ଓଜନର ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯିବା ସହ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଏମାନେ ସମ୍ପର୍କରେ ଦାଦା ପୁତୁରା ବୋଲି ଜଣାପଡିଛି ।
କୌଣସି ସୂତ୍ରରୁ ଖବର ପାଇ ବିଳମ୍ବିତ ରାତିରେ ବନ ବିଭାଗର କର୍ମଚାରୀ ଓ ଅଡ଼ବା ପୋଲିସ ମିଳିତ ଭାବେ ଗୁରୁଝୋଲି ପଂଚାୟତ ଚିଢ଼ାଙ୍ଗପଙ୍କା ଗାଁରେ ଚଢ଼ଉ କରିଥିଲେ । ଘର ନିକଟରେ ବଜ୍ରକାପ୍ତାକୁ କାଠର କୋରଡ ଭିତରେ ରଖାଯାଇଥିଲା । ବନ ବିଭାଗ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି । ତେବେ କେଉଁ ପରିସ୍ଥିତିରେ ଜଙ୍ଗଲରୁ ଏକ ବିରଳ ପ୍ରଜାତିର ପ୍ରାଣୀକୁ ଘରେ ରଖିଥଲେ ସେ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।