-
ଜଣେ ମାଓବାଦୀ ମୃତ
-
ସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି
-
ଡିଭିଏଫ୍ ଫୋର୍ସକୁ ସାବସି ଦେଲେ
ବଲାଙ୍ଗୀର, ବଲାଙ୍ଗୀରରେ ପୁଣି ମାଓବାଦୀ ସକ୍ରିୟ ହେବା ଆରମ୍ଭ କରିଥିବା ବେଳେ ଗତ ରାତିରେ ପୋଲିସ୍ ଓ ମାଓବାଦୀ ଗୁଳି ବିନିମୟରେ ଜଣେ ଏରିଆ କମାଣ୍ଡର ମାଓବାଦୀର ମୃତ୍ୟୁ ହୋଇଛି । ତେବେ ଆଜି ଓଡିଶା ପୋଲିସ୍ ମୁଖ୍ୟ ଡିଜିପି ଅଭୟ ବଲାଙ୍ଗୀର ଆସି ପହଂଚିଛନ୍ତି । ଏବଂ ଏହି ଅପରେସନରେ ସାମିଲ ଥିବା ଡିଭିଏଫ୍ ଫୋର୍ସକୁ ସାବସି ଦେଇଛନ୍ତି । ସେହିପରି ସାମ୍ବାଦିକ ସମ୍ମିଳନୀରେ ସେ ଏ ନେଇ ସବିଶେଷ ସୂଚନା ଦେଇଛନ୍ତି । ଗତକାଲି ମାଓବାଦୀ ଖପ୍ରାଖୋଲ ଅଂଚଳରେ ଥିବାର ଖବର ପାଇ ଡିଭିଏଫ୍ ଫୋର୍ସ ସେଠାରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ମାଓବାଦୀ ପ୍ରଥମେ ଯବାନଙ୍କ ଉପରକୁ ଗୁଳି ଚଳାଇଥିବା ବେଳେ ପାଲଟା ଗୁଳି ଚାଳନାରେ ଜଣେ ମାଓବାଦିର ମୃତ୍ୟୁ ହୋଇଥିଲା । ମୃତ ମାଓବାଦୀ ବରଗଡ-ବଲାଙ୍ଗୀର ମହସମୁନ୍ଦ ଡିଭିଜନର ଜଣେ ଏରିଆ କମାଣ୍ଡର ଓ ତାର ନା ଶଙ୍କର ବୋଲି ପରିଚୟ ମିଳିଥିବାର ଡିଜିପି କହିଛନ୍ତି । ସେହିପରି ତାଠାରୁ ମାଓ ସାମଗ୍ରୀ ଗୋଟିଏ ଏସ ଆଲଆର ବନ୍ଧୁକ ପୋଲିସ ଜବତ କରିଥିବାର ସେ କହିଛନ୍ତି । ସମାନ ଭାବରେ ସେ ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି । ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଉତ୍କୃଷ୍ଟ ଯୋଜନା ଥିବା ବେଳେ ସେମାନେ ଏଥିରେ ନିହାତି ଉପକୃତ ହେବେ ବୋଲି ସେ କହିଛନ୍ତି । ସେହିପରି ବଲାଙ୍ଗୀର ଅଂଚଳରେ ମାଓ ଗତିବିଧି କମିଥିବା ବେଳେ ପୋଲିସ୍ ସେମାନଙ୍କୁ ପ୍ରତିହତ କରିବା ପାଇଁ କମ୍ବିଂ ଅପରେସନ ଜାରି ରଖିଥିବା ଡିଜିପି କହିଛନ୍ତି ।