ଭୁବନେଶ୍ୱର, ଆସନ୍ତା ଡିସେମ୍ବର ୧ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହା ପୂର୍ବରୁ ରବିବାରଠାରୁ ବିଧାୟକ ଓ ଗୃହ କାର୍ଯ୍ୟରେ ଯୋଗଦେଉଥିବା ସମସ୍ତ କର୍ମଚାରୀଙ୍କର କରୋନା ଟେଷ୍ଟିଂ ଆରମ୍ଭ ହୋଇଛି । ଆଜିଠୁ ୩୦ ତାରିଖ ଯାଏଁ ତିନି ଦିନ ଧରି ହେବ କୋଭିଡ୍ ଟେଷ୍ଟ କରାଯିବ । ସକାଳ ୮ରୁ ସନ୍ଧ୍ୟା ସାଢ଼େ ୫ଟା ଯାଏ ଟେଷ୍ଟିଂ ହେବ ।
ବିଧାନସଭା ସଦସ୍ୟଙ୍କ ସମେତ ସମସ୍ତ କର୍ମଚାରୀ ଓ ବିଧାୟକଙ୍କର କର୍ମଚାରୀମାନଙ୍କର କରୋନା ଟେଷ୍ଟ କରାଯିବ । ସେହିଭଳି ସାମ୍ବାଦିକ ଓ ସୁରକ୍ଷାକର୍ମୀଙ୍କର ମଧ୍ୟ କରୋନା ଟେଷ୍ଟ ହେବ । ସମସ୍ତଙ୍କର ଆରଟିପିସିଆର ରିପୋର୍ଟ ନେଗେଟିଭ୍ ଆସିଲେ ଶୀତକାଳୀନ ଅଧିବେଶନକୁ ଅନୁମତି ମିଳିବ ।