
ସିଲୀଗୁଡୀ , ପଶ୍ଚିମ ବଙ୍ଗର ସିଲିଗୁଡି ସହରର ଇଷ୍ଟନ୍ ବାଇପାସ୍ ର ନଜଦିକ ଜଳେଶ୍ୱରୀ ବାଜାରରେ ଗୁରୁବାର ରାତିରେ ଏକ ପଥର ଲାଦାଯାଇ ଥିବା ଟ୍ରକ ନିୟତ୍ରଣ ହରାଇ ଏକ ଫଳ ଦୋକାନ ଉପରେ ଓଲଟି ପଡିଥିଲା । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟ ହୋଇଥିବା ସୁଚନା ମିଳିଛି । ସେଠାରେ ଜଣେ ଛୋଟପିଲା ସହିତ ୬ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଶୁକ୍ରବାର ସକାଳୁ ଗ୍ରାମବାସୀମାନେ ପ୍ରଶାସନକୁ ବିରୋଧକରି ରାସ୍ତା ଜାମ କରିଥିଲେ । ପରେ ପୋଲିସ୍ ସେଠାରେ ପହଂଚି ଲୋକମାନଙ୍କୁ ବୁଝାସୁଝା କରି ରାସ୍ତାରୁ ହଟାଇଥିଲା ।
ଜଳେଶ୍ୱରୀ ଅଂଚଳରେ ଗୁରୁବାର ରାତିରେ ଏକ ପଥର ବୋଝେଇ ଟ୍ରକ ନିୟତ୍ରଣ ହରାଇ ରାସ୍ତା କଡରେ ଥିବା ଏକ ଫଳ ଦୋକାନ ଉପରେ ଓଲଟି ପଡିଥିଲା । ଏହି ସମୟରେ ସେଠାରେ କିଛି ଲୋକ ଛିଡା ହୋଇଥିଲେ ଯେଉଁ ମାନେ ଓଲଟି ଥିବା ଟ୍ରକ ତଳେ ଚାପି ହୋଇଯାଇଥିଲେ । ଘଟଣାର ଖବରପାଇ ଭକ୍ତିନଗର ପୋଲିସ୍ ଓ ଦମକଳ ବାହିନିର ଗାଡି ଠିକ ସମୟରେ ପହଂଚି ଜାଇଥିଲେ ଓ ଟ୍ରକ୍କୁ ହାଇଡ୍ରୋଲିକ ମେସିନ ସାହାଯ୍ୟରେ ଉଠାଇଥିଲେ । ଘଟଣା ସ୍ଥଳରେ ୪ଜଣ ଲୋକଙ୍କର ମୃତ୍ୟ ଘଟିଥିଲା । ମୃତକ ମାନ ହେଲେ ପହଚାନ ରଂଜନ ସିଂହ, ନରେଶ ସରକାର , ଜଗଦିଶ ଦେଓନାଥ ଓ ଜୟଦେବ ମୋଦକ ଅଟନ୍ତି । ଏହା ସହିତ ଜଣେ ଛୋଟ ପିଲା ସହିତ ୬ ଜଣ ଲୋକ ଆହତ ହୋଇଥିଲେ । ଆହତ ବ୍ୟକ୍ତି ମାନଙ୍କୁ ପାଖ ସରକାରୀ ହସ୍ପିଟାଲରେ ଭର୍ତି କରାଯାଇଛି । ସେଥିମଧ୍ୟରୁ ୪ ଜଣଙ୍କର ସ୍ୱାସ୍ଥ୍ୟ ଅଧିକ ଗୁରୁତର ଅଛି ବୋଲି ଜଣାପଡିଛି । ଘଟଣା ପରେ ସେହି ଅଂଚଳ ବାସିଙ୍କର ଆକ୍ରୋଶ ବଢିଯାଈଛି ।