କେନ୍ଦୁଝର, କେନ୍ଦୁଝରରେ କୃଷି ଆଇନ ପ୍ରତ୍ୟାହାର ଉପଲକ୍ଷେ କେନ୍ଦୁଝରରେ କୃଷକମାନେ ବିଜୟ ଦିବସ ପାଳନ କରିଛନ୍ତି । ଏହି ଉପଲକ୍ଷେ ଶତାଧିକ କୃଷକ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କୃଷକମାନେ ସ୍ଥାନୀୟ କାଳିପଡିଆରେ ଏକତ୍ରୀତ ହୋଇଥିଲେ । ଏବଂ ସେଠାରୁ ଏକ ରାଲିରେ ବାହାରି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ସେଠାରେ ବିଜୟ ଦିବସ ପାଳନ କରିଥିଲେ । ମୋଦି ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ତିନୋଟି କୃଷି ଆଇନ ଯାହାକୁ ସମଗ୍ର ଦେଶର କୃଷକମାନେ କଳା ଆଇନ କହି ଦୀର୍ଘ ଏକ ବର୍ଷ ଧରି ବିରୋଧ କରି ରାଜଧାନୀ ଦିଲ୍ଲୀ ସୀମାରେ ଆନେ୍ଦାଳନ ଜାରୀ ରଖିଥିଲେ । ଏହି ବିରୋଧ ଯୋଗୁଁ ସମଗ୍ର ଦେଶରେ ମୋଦି ସରକାର ବିରୁଦ୍ଧରେ ବ୍ୟାପକ ଜନମତ ବୃଦ୍ଧି ପାଉଥିବା ସହ କେତେକ ରାଜ୍ୟରେ ଅନୁÂିତ ନିର୍ବାଚନରେ ବିଜେପି ପା୍ରର୍ଥୀଙ୍କର ପରାଜୟର କାରଣ ମଧ୍ୟ ହୋଇଥିଲା । ସ୍ୱାଧିନ ଭାରତରେ କୃଷି ଆଇନକୁ ବିରୋଧ କରି ଏଭଳି ଦୀର୍ଘ ଆନେ୍ଦାଳନ କେବେ ବି ହୋଇନଥିଲା । ଏହି ଆନେ୍ଦାଳନରେ ସାତ ଶହରୁ ଅଧିକ କିଷାନ ସହୀଦ ହୋଇଛନ୍ତି । ସବୁଠାରୁ ମର୍ମନ୍ତୁଦ ଘଟଣା ଘଟିଛି ଉତରପ୍ରଦେଶର ଖିରିଠାରେ । ଯେଉଁଠି ବିଜେପିର ସଂଗଠନ ତଥା ଗୃହରାଷ୍ଟ୍ର ମନ୍ତ୍ରୀଙ୍କର ପୁଅ ଗାଡି ଚଢାଇ ଶାନ୍ତିପୂର୍ଣ୍ଣ କୃଷକମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ରହିଛି । ଏହି ଘଟଣା ପରେ ସମଗ୍ର ଦେଶରେ ବ୍ୟାପକ ଆନେ୍ଦାଳନ ଓ ଜନ ଅସନ୍ତୋଷ ଦେଖା ଦେଇଥିଲା । ସଂଯୁକ୍ତ କିଷାନ ମୋର୍ଚ୍ଚା, ଆସନ୍ତା ୫ ଟି ରାଜ୍ୟର ଉପ ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ପାଇଁ ଦୃଢ ସଂକଳ୍ପ ନେଇଥିଲେ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ସେହି ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି । କିନ୍ତୁ ଧାନ ଓ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ ପ୍ରଣୟନ ଓ କୃଷକମାନଙ୍କର ଅନ୍ୟାନ୍ୟ ଦାବୀ ଗୁଡିକ ସଂପର୍କରେ ସରକାର ଏ ପର୍ଯ୍ୟନ୍ତ କିଛି ଘୋଷଣା କରିନାହାଁନ୍ତି । ଯେଉଁଥି ପାଇଁ ସଂପୂର୍ଣ୍ଣ ଦାବୀ ସରକାର ନ ମାନିବା ପର୍ଯ୍ୟନ୍ତ ଏ ଆନେ୍ଦାଳନ ଚାଲୁ ରହିବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଘୋଷଣା କରାଯାଇଛି । ତା’ ସତ୍ୱେ ଦୀର୍ଘ ଦିନର ଲଗାତାର ଆନେ୍ଦାଳନ ଓ ଶହ ଶହ ଚାଷୀଙ୍କ ବଳିଦାନ ବଦଳରେ ତିନି କୃଷି ଆଇନ ପ୍ରତ୍ୟାହାର ହୋଇଥିବାରୁ ଏହା କୃଷକଙ୍କର ଏକତା ତଥା ଲଢେଇର ବିଜୟ ହୋଇଥିବାରୁ ସମଗ୍ର ଦେଶରେ ବିଜୟ ଦିବସ ପାଳନ କରାଯାଉଛି । ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଆୟୋଜିତ ବିଜୟ ଦିବସରେ ଏଆଇଟିୟୁସି ର ରାଜ୍ୟ ସଂପାଦକ ମହେଶ୍ୱର ରାଉତ, କୃଷକ ନେତା ବିଦ୍ୟାଧର ମହାନ୍ତ, ଶ୍ରୀହରି ଘଣା, ହୃଦାନନ୍ଦ ପାତ୍ର, କପିଳ ମହାନ୍ତି, ବଦ୍ରୁ ଜାମା, ସିଆଇଟିୟୁ ର ପୂର୍ଣ୍ଣଚନ୍ଦ୍ର ରାଉତ, ଜିଲ୍ଲା ସଂପାଦକ ଇନ୍ଦ୍ରମଣି ବେହେରା, ଭବାନୀ ମହାନ୍ତ, ଧରଣୀ ମହାନ୍ତ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।