ପାରାଦୀପ ,ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜେ ଏସ ଡବ୍ଲୁ ପ୍ରକଳ୍ପ ପାଇଁ ଚତୁର୍ଥ ଥର ପାଇଁ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ତୃତୀୟ ଥର ଜନ ଶୁଣାଣି ଢ଼ିଙ୍କିଆ ଟେ ପ୍ରବଳ ବେଗରେ ବିରୋଧୀ ମାନେ ପ୍ରତିବାଦ କରିବାରୁ ପ୍ରଶାସନ ଓ ଶାସକ ଦଳ ପକ୍ଷରୁ ପ୍ରଚେଷ୍ଟା ବଳରେ ଢ଼ିଙ୍କିଆ ପଞ୍ଚାୟତ ର ଗୋବିନ୍ଦପୁର ଗ୍ରାମର କିଛି ଲୋକ ଜିଲ୍ଲାର ଜିଲ୍ଲାପାଳ ମହୋଦୟ ଙ୍କୁ ଲିଖିତ ଅନୁରୋଧ କରିଥିଲେ ଯେ ତାଙ୍କ ଗ୍ରାମରେ ଜନଶୁଣାଣୀ ଅନୁଷ୍ଠିତ ହେଉ ସେମାନେ ପ୍ରକଳ୍ପ କୁ ସମର୍ଥନ କରିବେ । ସେହିଁନୁସାରେ ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଏରସମା ବିଡିଓ ଓ ତହସିଲଦାର ଙ୍କ ସମେତ ବହୁ ସଂଖ୍ୟକ ଅଧିକାରୀ ଓ ପୋଲିସ ଓ ଫୋର୍ସ ସହିତ ମିଶି ସଭା ଆରମ୍ଭ କରିବା ମାତ୍ରେ ପ୍ରକଳ୍ପ ବିରୋଧରେ ପ୍ରତିବାଦର ସ୍ବର ଉତ୍ଥାପନ ହେବାରୁ ପ୍ରକଳ୍ପ କୁ ସମର୍ଥନ କରୁଥିବା ଲୋକମାନେ ଅଭିଯୋଗ କରିଥିଲେ ଯେ ସେମାନଙ୍କୁ କହିବା କୁ ସୁରକ୍ଷା ଦିଆଯାଉ ।ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯେତେ ଅନୁରୋଧ କରିଥିଲେ ମଧ୍ୟ ଲୋକମାନେ ମନ୍ତ୍ରୀ ଙ୍କୁ ଅସମ୍ମାନ ଜନକ ଶବ୍ଦ ପ୍ରୟୋଗ କରିବାରେ ଲାଗି ଥିଲେ ।
ଶେଷରେ ଜିଲ୍ଲା ପ୍ରଶାସନ ଓ ମନ୍ତ୍ରୀ ଶ୍ରୀ ଦାସ ଓ ଜେ ଏସ ଡବ୍ଲୁ ଅଧିକାରୀ ମାନେ ନିରାଶ ହୋଇ ଫେରି ଆସିଥିଲେ ।
ଏଠାରେ ପ୍ରକାଶଯୋଗ୍ୟ ଯେ ଗତ ଦୁଇ ବର୍ଷ ତଳେ ଏହି ପ୍ରକଳ୍ପ ପାଇଁ କେବଳ ଗଡ଼କୁଜଙ୍ଗ ଠାରେ ତତ୍କାଳୀନ ଜିଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏକ ଜନଶୁଣାଣୀ । ତାହାକୁ ଆଧାର କରି ବିଭାଗ ପକ୍ଷରୁ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ପ୍ରଦାନ କରାଯାଇଥିଲା ଯାହାକୁ କି ଗ୍ରୀନ ଟ୍ରିବୁନାଲ ରେ ଚାଲେଞ୍ଜ କରାଯିବା ପରେ ପୁନର୍ବାର ଜନଶୁଣାଣୀ ର ଆବଶ୍ୟକତା ପଡ଼ିଲ କୋର୍ଟ ଙ୍କ ନିର୍ଦ୍ଦେଶ ଯୋଗୁଁ । ଏହାର ଆଧାର ରେ ଚଳିତ ବର୍ଷ ପ୍ରଥମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଡ଼କୁଜଙ୍ଗ ଠାରେ ପ୍ରଥମ ଜନଶୁଣାଣୀ ହୋଇଥିଲା ସେଠାରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଲୋକେ ।ଦ୍ୱିତୀୟ ପର୍ଯ୍ୟାୟରେ ନୂଆଗାଁ ପଂଚାୟତ ରେ ହୋଇଥିଲା ସେଠାରେ ମଧ୍ୟ ପ୍ରବଳ ବିରୋଧ ହୋଇଥିଲା କିନ୍ତୁ ଶୃଙ୍ଖଳା ରକ୍ଷା କରି ।କିନ୍ତୁ ତୃତୀୟ ଥର ପାଇଁ ଢ଼ିଙ୍କିଆ ରେ ଯେଉଁ ଜନଶୁଣାଣୀ ହେଲା ତାହା ବର୍ତ୍ତମାନ ଜେ ଏସ ଡବ୍ଲୁ ପ୍ରଶାସନ ଓ ସରକାର ଙ୍କ ମୁଣ୍ଡ ବିନ୍ଧା କାରଣ ହୋଇ ଯାଇଛି ।