ସାକ୍ଷୀଗୋପାଳ,ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ସମ୍ମାନ ବିଭାଗର ଆନୁକୂଲ୍ୟରେ ଅନୁଷ୍ଠାନର ସଭାଗୃହରେ ଆଜି \’ସମ୍ବିଧାନ ଦିବସ’ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ସଭାପତିତ୍ୱ କରି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ‘ସମ୍ବିଧାନ ଦିବସ’ ପାଳନର ତାତ୍ପର୍ଯ୍ୟ ଓ ଭାରତୀୟ ସମ୍ବିଧାନ ରଚନାର ଇତିହାସ ଓ ପୃଷ୍ଠଭୂମି ସମ୍ବନ୍ଧରେ ଅବଗତ କରିବା ସହ “ଭାରତୀୟ ସମ୍ବିଧାନ ଆମ ମହାନ ଦେଶର ଗୈାରବମୟ ସଂସ୍କୃତି ତା’ର ଅନନ୍ୟ ବିବିଧତା, ବୈଚିତ୍ର ଓ ଐକ୍ୟର ପ୍ରତିଫଳନ” ବୋଲି ମତ ଦେଇଥିଲେ ।
ଏହି ଅବସରରେ ମୂଖ୍ୟ ଅତିଥି ଭାବେ ରାଜନୀତି ବିଜ୍ଞାନର ଅବସରପ୍ରାପ୍ତ ପ୍ରାଧ୍ୟାପକ ପ୍ର. ଧରଣୀଧର ପ୍ରଧାନ ଆପଣାର ଓଜସ୍ୱୀନି ଭାଷଣରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧିତ କରିଥିଲେ । “ଜାତି ଯେତେବେଳେ ଶୋଇପଡେ, ରାଷ୍ଟ୍ର ଭୁଷୁଡି ପଡେ । ତେଣୁ ଗୋଟିଏ ସ୍ୱାଧୀନ ରାଷ୍ଟ୍ରର ପ୍ରତ୍ୟେକ ନାଗରିକ ସର୍ବଦା ଜାଗ୍ରତ ରହିବା ଆବଶ୍ୟକ । କେବଳ ଜାଗ୍ରତ ନାଗରିକ ନିଜର ଅଧିକାର ଓ ସ୍ୱାଧୀନତାର ସୁରକ୍ଷା କରିପାରେ” ବୋଲି ପ୍ର. ପ୍ରଧାନ ନିଜର ବକ୍ତବ୍ୟ ରଖିଥିଲେ ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ର. ଅମରନାଥ ପାଲ୍, ସମ୍ମାନ ଶ୍ରେଣୀର ଶ୍ରୀ ନୀଳମଣି ପଣ୍ଡା, ପ୍ରିୟଦର୍ଶିନୀ ଜେନା ଓ ସ୍ମୃତିରେଖା ସ୍ୱାଇଁ \’ସମ୍ବିଧାନ ଦିବସ\’ ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ର. ସୂଜାତା ମହାପାତ୍ରଙ୍କ ବେଦପାଠରେ ହୋଇଥିଲା ଓ ସମଗ୍ର ସଭାକୁ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ର. ରତ୍ନାକର ସାହୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଅନୁଷ୍ଠାନର ବଡ଼ବାବୁ ଶ୍ରୀ ରାଜକିଶୋର ପତି ଧନ୍ୟବାଦ ଅର୍ପଣ କରିଥିଲେ ।ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ର. ନଳିନୀ ଲୋଚନ ଦାଶ, ପ୍ର. କଳ୍ପନା କୁମାରୀ ମହାପାତ୍ର, ପ୍ର. ସ୍ୱର୍ଣ୍ଣଲତା ମହାରୀ, ପ୍ର. ଶୁଭ୍ରଦୀପ୍ତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।