ଗଞ୍ଜାମ, ଆମ୍ ଆଦମୀ ପାର୍ଟି ତରଫରୁ ସମ୍ବିଧାନ ଦିବସ ତଥା ପାର୍ଟିର ଦଶମ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ଗାନ୍ଧୀନଗର ସ୍ଥିତ ଗାନ୍ଧୀ ମୂର୍ତି ନିକଟରେ ସମ୍ବିଧାନ ବଂଚାଓ ଦେଶ ବଂଚାଓ ସ୍ଲୋଗାନ ଦେଇ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏଥିସହ ଢିପ ସାହି ଆମ୍ୱେଦକର କଲ୍ୟାଣ ମଣ୍ଡପ ଠାରେ ଥିବା ବାବା ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଆଖପାଖ ଅଂଚଳକୁ ସଫା କରି ମହିଳା ସାହି ବାସିନ୍ଦାଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆବାହକ ସୁବାସ ରାଉତ, ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, ଉପ ସଭାପତି ସୁଧୀର ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖି ସମ୍ବିଧାନର ସୁରକ୍ଷା, ଦିଲ୍ଲୀରେ ଐତିହାସିକ କୃଷକ ଆନ୍ଦୋଳନର ଏକ ବର୍ଷ ପୂର୍ତିରେ ଆମ୍ ଆଦମୀ ପାର୍ଟିର ଭୂମିକା ତଥା ପାର୍ଟିର ଗଠନ ବର୍ତମାନ ପରିପେକ୍ଷିରେ ଜନସାଧାରଣଙ୍କ ଦାୟିତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଆବାହକ ସୁବାସ ରାଉତ, ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, ଉପ ସଭାପତି ସୁଧୀର ପ୍ରଧାନ, ବ୍ରହ୍ମପୁର ମହାନଗର ସଭାପତି ସି. ହରପ୍ରସାଦ, ପର୍ଶୁରାମ ସାହୁ, କୈଳାଶ ସେଠୀ, ମନୋଜ ପାଢ଼ୀ, ରମେଶ ବେହେରା ସହ ସଂଗଠକ ବିଷ୍ଣୁ ରଣା, ମନୋଜ ବିଷୋୟୀ, ମମତା ନାୟକ,ଅଭିମନ୍ୟୁ ଦଳାଇ, ପ୍ରଦୀପ ଚୌଧୁରୀ, ମନୋଜ ମିଶ୍ର, ନରସିଂହ ପାତ୍ର, ରିତେଶ କୁମାର ଦାଶ, ପ୍ରତିଭା ରେଡ୍ଡୀ ପ୍ରମୁଖ ଅନେକ କାର୍ଯ୍ୟକର୍ତା ଅଂଶ ଗ୍ରହଣ କରିଥିଲେ ।