-
୮୬୬ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
-
ଜିଲ୍ଲାରେ କଫି ଚାଷକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
କୋରାପୁଟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମାଧ୍ୟମରେ ଆଜି କୋରାପୁଟ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବିତରଣର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ଜିଲ୍ଲାର ୧୨ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏହି ସ୍ମାର୍ଟ କାର୍ଡ଼ ବଂଟନର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଜିଲ୍ଲା ପାଇଁ ୮୬୬ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଅଡ଼ିଟୋରିୟମରେ ବ୍ୟବସ୍ଥା କରାଯାଇଥିଲା ।
ଏହି ଅବସରରେ କୋରାପୁଟ ଜିଲ୍ଲାରେ କଫି ଚାଷକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହୁରି ଏକ ବଡ ଘୋଷଣା କରିଛନ୍ତି । ଏହାଦ୍ୱାରା ଆଗାମୀ ୫ ବର୍ଷରେ ଜିଲ୍ଲାର ୫ ଲକ୍ଷ ହେକ୍ଟର ଜମିରେ କଫି ଚାଷ ଲକ୍ଷ୍ୟ ରଖାଯାଇଛି ।