
ମାଲକାନଗିରି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବର୍ତ୍ତମାନର ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡୁଙ୍କ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ମର୍ମାହତ ଓ ତାଙ୍କର ଆମର ଆତ୍ମାର ସଦଗତି ନିମନ୍ତେ ଆଜି ମାଲକାନଗିରି ଜିଲ୍ଲା ସର୍କିଟ ହାଉସ୍ ଠାରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ କର୍ମକାର୍ତ୍ତାଙ୍କ ଉପସ୍ଥିତି ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କଲେ ।
ଏଥିରେ ପୂର୍ବତନ ବିଧାୟକ ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ, ପର୍ଯ୍ୟବେକ୍ଷକ ପ୍ରକାଶ ଡାଙ୍ଗ, ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ, ସାଂଗଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି, ବରିଷ୍ଠ ନେତା ପ୍ରଫୁଲ ପଣ୍ଡା, ପୂର୍ବତନ ସାଧାରଣ ସମ୍ପାଦକ ପ୍ରୀତପଲ ସିଂ, ବୁନା ଭାଇ, ଡ଼ନେଲ ପୋଟଲା, ସାଂସଦ ପ୍ରତିନିଧି ମନୋଜ ବାରିକ, ହୃଦାନନ୍ଦ ସାହୁ, ସର୍ବ ବିଶୋଇ, ଜଗବନ୍ଧୁ ପଢ଼ିଆରୀ, ବିଜେଡିର ସକ୍ରିୟ କର୍ମୀ କେ. ରାହୁଲ, ରବି ରାଜେଶ, ରାଜ ନାୟକ, ଟି. ମୁତ୍ୟାଲୁ, ବରିଷ୍ଠ ସାମ୍ବାଦିକ କେଶବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।