କୋରେଇ – କୁଆଖିଆ ପୁଲିସ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅବହେଳା ନେଇ ଆଜି ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପିଙ୍କୁ ଭେଟି ଗୁହାରି କରିଛନ୍ତି ନିର୍ଯ୍ୟାତିତା ମହିଳା । ପ୍ରକାଶଯେ ପାଣିକୋଇଲି ଥାନା ଅନ୍ତର୍ଗତ ଗୋଳେଇପୁର ପଂଚାୟତର ହାଟସାହି ଗ୍ରାମର ଅନନ୍ତ ପରିଡାଙ୍କ ଝିଅ ଗତାଂଜଳୀ ଗତ ୨୦୧୯ ଜୁଲାଇ ୨୮ ତାରିଖ କୁଆଖିଆ ଥାନା ଅନ୍ତର୍ଗତ ଭଗିରଥିପୁର ଗ୍ରାମର କାଳନ୍ଦୀଙ୍କୁ ବିବାହ କରିଥିଲେ । ବିବାହ ସମୟରେ ୫୦ହଜାର ନଗଦ ଅର୍ଥ ରାଶି ସହ ଅନ୍ୟାନ ସାମଗ୍ରୀ ଦେବା ପାଇଁ ସ୍ତିର ହୋଇଥିଲା । ତଦନୁଯାୟୀ ଯୌତୁକ ଅର୍ଥ ବାବଦରେ ୩୦ ହଜାର ଟଙ୍କା ସହ ଯୌତୁକ ସାମଗ୍ରୀ ଦିଆଯାଇଥିଲା । କିଛି ଦିନ ପରେ ବକେୟା ଅର୍ଥ ଦାବିରେ ଗିତାଂଜଳୀଙ୍କୁ ଉପରେ ଆରମ୍ଭ ହେଶଇଥିଲା ।ଶରୀରିକ ଓ ମାନସିକ ନିର୍ଯ୍ୟାତନା ଏମିତିକି ଜୀବନରୁ ମାରିଦେବାକୁ ଶଶୁର, ସ୍ୱାମ. ଦେଢଶୁର, ଆଆ ଜୋରଜବର ଦସ୍ତ ବିଷ ପିଆଇ ଦେଇଥିଲେ । ମଧୁବନ ଡାକ୍ତରଖାନାରେ ଚିକସôିତ ହୋଇ ଗିତାଂଜଳୀ ବଂଚି ଯାଇଥବଲେ ବି ତାଙ୍କର ଗର୍ଭ ନଷ୍ଟ ହୋଇଯାଇଥିଲା । ସୁସ୍ତ ହେବା ପରେ ପୁଣି ନିର୍ଯ୍ୟାତନା ଅରମ୍ଭ ହେବାରୁ ସେ ବାପଘରକୁ ଆସିଥିଲେ ।ଗତ ୨୦୧୯ ଅଗଷ୍ଟ ୨୯ ତାରିଖ ବାପ ସହ ଝିଅ ଶାଶୁ ଘରେ ପହଂଚିଥିଲେ । ମାତ୍ର ସେ ଘରେ ପୁରାଇ ନଦେଇ ଗାଳିଗୁଲଜ କରିଥିଲେ । ଫଳରେ ବାପ ଝିଅ କୁଆଖିଆ ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ ପୁଲିସ ଟାଳଟୁଳ ନିତି ଅବଲମ୍ବର କରି ବାରମ୍ବାର ଦୌଡାଇ କିଛି କାର୍ଯ୍ୟାନୁÂାନ ନେଲେ ନାହିଁ । ଫଳରେ ବାଧ୍ୟହୋଇ ଗୀତାଂଜଳୀ କୋର୍ଟର ଆଶ୍ରୟ ନେଲେ । କୋର୍ଟର ନିଦେ୍ର୍ଧଶ ମୁତାବକ ଗୀତାଂଜଳୀର ଯୌତୁକ ସମାଗ୍ରୀ ଉଦ୍ଧାର ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ପାଇଁ ପୁଲିସକୁ କୋର୍ଟ ନିଦେ୍ର୍ଧଶ ଦେଇଥିଲେ । ମାତ୍ର କୋର୍ଟ ନିଦେ୍ର୍ଧଶ ପରେ ବି କୁଆଖିଆ ପୁଲିସ କାର୍ଯ୍ୟାନୁÂାନ ଗ୍ରହଣ ନକରିବାରୁ ଆଜି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିର୍ଯ୍ୟାତିତା ଗୀତାଂଜଳୀ ।
Related Stories
November 24, 2024
November 24, 2024