ରାଉରକେଲା, ରାଉରକେଲା ଠାରେ ଥିବା ଶ୍ରମ ବିଭାଗର ଜଏଂଟ ଲେବର କମିଶନରଙ୍କ ବିରୋଧରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି ସେହି ଅଫିସରେ କାମ କରୁଥିବା କଲ୍ୟାଣ ବିଭାଗର କୋର୍ଡିନେଟର ସୁଭ୍ରଜିତ ଦେହୁରୀ । ଏନେଇ ସେ ତାଙ୍କ ଅଭିଯୋଗ ପତ୍ର ତା ୧୧-୧୦-୨୦୨୧ ଅନୁଶାରେ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ କମିଶନରଙ୍କୁ ଲିଖିତ ଆକାରରେ ଦେବା ସହ ଏହାର ନକଲ ମାନବାଧିକାର କମିଶନ, ମୁଖ୍ୟମନ୍ତ୍ରୀ ଓଡିଶା, ପ୍ରିନ୍ସିପାଲ ସେକ୍ରେଟାରୀ ଓ ଜିଲ୍ଲାପାଳ ସୁନ୍ଦରଗଡ଼ଙ୍କୁ ଦେଇ ନ୍ୟାୟ ଭିକ୍ଷା କରିଛନ୍ତି । ଏହି ଚିଠିର କପି ମିଳିବା ପରେ ଅଭିଯୋଗକାରୀଙ୍କୁ ଯୋଗାଯୋଗ କରାଜିବାରୁ ସେ ଅଭିଯୋଗ କରିଥିବା ସ୍ୱିକାର କରିବା ସହ ନ୍ୟାୟ ତାଙ୍କୁ ମିଳିବ ତାଙ୍କର ଭରଷା ସରକାରଙ୍କ ଉପରେ ଅଛି ବୋଲି କହିଥିବା ବେଳେ ଜେଏଲସି ରାଉରକେଲା ଦିପ୍ତି ରଂଜନ ମହାନ୍ତି କହିଛନ୍ତି, ତାଙ୍କ ବିରୋଧରେ ଏଭଳି କୌଣସି ଅଭିଯୋଗ ହୋଇଥିବା ନେଇ ସେ କିଛି ଜାଣି ନାହାନ୍ତି ତେଣୁ, ଏ ବିଷୟରେ ତାଙ୍କର କିଛି କହିବାର ନାହିଁ ।
ଅଭିଯୋଗ ପତ୍ର ଅନୁଶାରେ, ଶ୍ରୀ ଦେହୁରୀ ୭ ବର୍ଷ ଧରି କାମ କରି ଆସୁଥିବା ବେଳେ ଜଏଂଟ ଲେବର କମିଶନର ଶ୍ରୀ ମହାନ୍ତି ରାଉରକେଲାରେ ଯୋଗଦେବା ପର ଠାରୁ ତାଙ୍କୁ ମାନସିକ ସ୍ତରରେ ଯନ୍ତ୍ରଣା ଦେଇ ଆସୁଛନ୍ତି । ଏଭଳି ଯନ୍ତ୍ରଣା ସେ ଜାଣିଶୁଣି ଦେଉଛନ୍ତି, ଏହାକୁ ନେଇ ଯଦି ତାଙ୍କର ଭବିଷ୍ୟତରେ କିଛି ହୋଇଯାଏ ସେଥିଲାଗି ଶ୍ରୀ ମହାନ୍ତି ଦାୟୀ ରହିବେ ବୋଲି ସେ ଜଣାଇଛନ୍ତି । ଅଭିଯୋଗକାରୀଙ୍କ କହିବା କଥା, ସେ ସରକାରଙ୍କ ନିୟମ ଅନୁଶାରେ ନୀତି ନିୟମକୁ ଦେଖି ନିଷ୍ଠାପାର ଭାବେ ଚାକିରୀ କରି ଆସୁଛନ୍ତି । କିନ୍ତୁ, ଜଏଂଟ ଲେବର କମିଶନର ତାଙ୍କୁ ବାରମ୍ବାର ଅଫିସକୁ ଡାକି ମନ ଇଚ୍ଛା ଅପମାନିତ କରିବା ସହ ମାନସିକ ଯନ୍ତ୍ରଣା ଦେବା ଭଳି କାମ କରିଚାଲିଛନ୍ତି । ବିନା କାରଣରେ ଅଫିସ ରୁମକୁ ଡାକି ଖରାପ ଭାଷାରେ ଗାଳି କରିବା ସହ ନାନା କଥା କହୁଛନ୍ତି । ଏପରିକି ତାଙ୍କୁ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେବା ସହ ଅଭାଷାରେ କଥା କହୁଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ମାନସିକ, ଶାରୀରିକ ଯନ୍ତ୍ରଣା ସେ ପାଇବା ପରେ ତାଙ୍କର ସହିବାର ସବୁ ସୀମା ଟପିଛି । ଏଣୁ କୌଣସି ବାଟ ନପାଇ ସେଏସବୁ କଥା ଉପରସ୍ଥ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି । ଏଭଳି ଖବର ରାଜ୍ୟ ସରକାରଙ୍କ ପାଖକୁ ଦୀର୍ଘ ଦେଢମାସ ତଳୁ ଯିବା ପରେ ମଧ୍ୟ ଅଭିଯୋଗକାରୀଙ୍କୁ ଏଯାଏ ସରକାରୀ ସ୍ତରରୁ କୌଣସି ନ୍ୟାୟ ମିଳି ନାହିଁ । ସେପଟେ ଏହି ଅଫିରେ ହରିଲୁଟ ଗୁଣ୍ଡାରାଜକୁ ନେଇ ନାନା ଅଭିଯୋଗ ଆଗରୁ ହୋଇ ଆସୁଥିବା ବେଳେ କେତେକ ଶ୍ରମିକ ସଂଗଠନର ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତି ଏଭଳି ବାବୁ ମାନଙ୍କୁ ସୁରକ୍ଷା ଦେଉଥିବା ଖବର ମିଳିଛି । ନିକଟରେ ଏହିଭଳି ହରିଲୁଟକୁ ନେଇ ରାଜ୍ୟ ଲୋକାୟୁକ୍ତଙ୍କ ନିକଟରେ ଏକ ମାମଲା ହେବାରୁ ତାହାର ତଦନ୍ତ ଭିଜିଲାନ୍ସ କରି ପ୍ରାୟ ୬ କୋଟି ଟଙ୍କାର ହରିଲୁଟକୁ ନେଇ ଏକ ରିପୋର୍ଟ ପ୍ରଦାନ କରିଥିବା ଖବର ମିଳିଛି । ଦିର୍ଘ ୯ବର୍ଷ ଧରି ଏହି ଅଫିସର ପରିବେଶକୁ ନଷ୍ଟ କରିଦିଆ ଯାଇଥିବା ବେଳେ ଶ୍ରମିକ ମାନଙ୍କ ଲାଗି ସରକାରଙ୍କ ଠାରୁ ଆସୁଥିବା ଅର୍ଥକୁ କରାଇ ଦେବା ଲାଗି ଆରଟିଓ ଅଫିସ ଭଳି ଏଠି ଦଲାଲ୍ ମଧ୍ୟ ବୁଲିବା ଆରମ୍ଭ କଲେଣି । ଏସବୁକୁ ବିଭାଗୀୟ ଅଧିକାରୀ ଦେଖୁନଥିବା ବେଳେ ସେମାନଙ୍କ ଦୋଷ ଦୁର୍ବଳତାକୁ ଦେଖୁଥିବା ଲୋକ ପଛରେ ସେହି ଅସାମାଜିକ ମାନଙ୍କୁ ଲାଗାଇ ଦେଇ ଚୁପ୍ କରୁଥିବା ଖବର ମିଳିଛି । ଏଭଳି କାରବାର ଯୋଗୁ ଜିଲ୍ଲାର ଏହି ଶ୍ରମ ବିଭାଗକୁ ନେଇ ଯେଉଁ ଭରଷା ଲୋକଙ୍କର ଥିଲା ତାହା ନଷ୍ଟ ହେବାରେ ଲାଗିଛି ।