-
ଆୟବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଚଢାଉ
ଭୁବନେଶ୍ୱର, ଭିଜିଲାନ୍ସ ପକ୍ଷରୁ ଗୁରୁବାର ଦିନ ଆୟବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ବାସଭବନ ସମେତ ଏଗାରଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି ।
ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ଚଢ଼ାଉ ଚାଲିଥିବା ସ୍ଥାନଗୁଡିକ ହେଲା ଭୁବନେଶ୍ୱର ପ୍ଲଟ ନମ୍ବର ୨୪୦୪/ ଇବି-୫୦୨ଉପରେ ଅବସ୍ଥିତ ଚାରିମହଲା କୋଠା, ଫ୍ଲାଟ ନମ୍ବର ୧୦୫, ବିଜୟ ଏନକ୍ଲେଭ, ଶୈଳଶ୍ରୀ ବିହାର, ଭୁବନେଶ୍ୱର, ଭୁବନେଶ୍ୱରର କଳିଙ୍ଗ ବିହାରରେ ନିର୍ମାଣାଧୀନ କୋଠା, ବାଲେଶ୍ୱରରରେ ଚାରି ମହଲା କୋଠା, ବାଲିଆପାଳରେ ପୈତୃକ ବାସଭବନ, ବାଲେଶ୍ୱରର ସଦରରେ ଶଶୁର ଘର, ବାଲେଶ୍ୱରର ଏଲଆଇସି କଲୋନି ନିକଟରେ ଥିବା ଜ୍ୱାଇଁଙ୍କ ଭଡ଼ା ଘର , ବାଲିଆପାଳରେ ଥିବା ଜ୍ୱାଇଁଙ୍କ ପୈତୃକ ଘର, ବାରିପଦାରେ ସନ୍ତୋଷ ଦାସଙ୍କ ଭଡ଼ା ଘର, ବାରପଦାରେ ଥିବା ତାଙ୍କ ସରକାରୀ କାର୍ଯ୍ୟାଳୟ, ମୟୂରଭଞ୍ଜର ବାଇସିଙ୍ଗାରେପୁଅଙ୍କ ଭଡା ଘର ସାମିଲ ରହିଛି ।