ପୁରୀ, ଭାରତର ମିଲ୍କମ୍ୟାନଙ୍କ ୧୦୦ ବର୍ଷ ଜନ୍ମ ଜୟନ୍ତୀ ଉପଲକ୍ଷେ ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ରଞ୍ଜନ ଗାଙ୍ଗୁଲିଙ୍କ ଦ୍ଵାରା ବାଲୁକା କଳା ନିର୍ମିତ କରାଯାଇଛି । ଭାରତର ମିଲ୍କମ୍ୟାନ ଡ଼ା. କୁରିଏନଙ୍କ ୧୦୦ ତମ ଜନ୍ମ ବାର୍ଷିକ ଓ ଅମୁଲର ୭୫ତମ ବର୍ଷ ଦୁଗ୍ଧ ଏବଂ ଉନ୍ନତିର ଦିବସ ପାଳନ ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ଶ୍ରୀ ଗାଙ୍ଗୁଲିଙ୍କ ଦ୍ୱାରା ପୁରୀ ସମୁଦ୍ର ବେଳାଭୂମିରେ ଏହି ବାଲୁକା କଳା ନିର୍ମିତ ହୋଇଅଛି । ଅମୁଲ ର ଭୁବନେଶ୍ୱର ଶାଖା ସଂଚାଳକ ଶୁଭାଶିଷ ରାଉତ ତଥା ଶାଖାର ଅନ୍ୟ ସହଯୋଗୀ ମାନେ ଏବଂ ଅମୁଲ ର ପୁରୀ ଡିଷ୍ଟ୍ରିବୁଟର ବିଜୟ କୁମାର ସୁବୁଦ୍ଧିଙ୍କ ମିଳିତ ଉଦ୍ୟମରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଏହି ବାଲୁକା କଳାକୁ ପର୍ଯ୍ୟଟକ, ସହରବାସୀ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ।