-
ଆସନ୍ତା ସପ୍ତାହରେ ହାଇକୋର୍ଟରେ ଆବେଦନ ଦାଖଲ କରିବ ସହର ତଳି ମିଳିତ କ୍ରିୟାନୁଷ୍ଠାନ କମିଟି
ଗଞ୍ଜାମ, ଦୀର୍ଘ ଦିନର ଦାବୀ, ଆନ୍ଦୋଳନ, ପଚାଂୟତ ମିଶ୍ରଣର ଇଚ୍ଛା ସଂକଳ୍ପ ପତ୍ର ଏବଂ ସର୍ବୋପରି ଉଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ ସତ୍ୱେ ସହର ସନ୍ନିକଟ ଅଂଚଳ ଏବଂ ପାର୍ଶ୍ୱବର୍ତୀ ପଚାଂୟତ ଗୁଡ଼ିକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ କୌଣସି ନିଷ୍ପତି ନେବାରେ ସରକାର ଅସମର୍ଥ ହୋଇଛନ୍ତି । ଏହାର ପ୍ରତିବାଦରେ ସହର ତଳି ଅଂଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମିଶ୍ରଣ ପକ୍ରିୟା ସମାପ୍ତ ନହେଲା ପର୍ଯ୍ୟନ୍ତ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ଆସନ୍ତା ସପ୍ତାହରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏନେଇ ଏକ ଆବେଦନ (ରିଟ୍ ପିଟିସନ୍) ଦାଖଲ କରାଯିବ । ଏ ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚି ଥିବା ନେଇ ସହର ତଳି ଅଂଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ।