ଭୁବନେଶ୍ୱର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୧୧ ଯୋଡ଼ା ଆନ୍ତଃ ଜୋନ୍ ଏକ୍ସପ୍ରେସ୍, ୦୮ ଯୋଡ଼ା ଲୋକାଲ୍ ବିଶେଷ ଟ୍ରେନ ଏବଂ ୦୫ ଯୋଡ଼ା ଅନ୍ତଃ ଜୋନ୍ ସ୍ପେଶାଲ୍ ଟ୍ରେନ୍ ସହିତ ସମୁଦାୟ ୨୪ ଯୋଡ଼ା ଟ୍ରେନ ରେ ସିଜନ୍ ଟିକେଟ୍ ସୁବିଧା ପ୍ରଚଳନ କରାଯାଇଛି ।
ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବ ତଟ ରେଳପଥ ଆହୁରି ଆଠ ଯୋଡ଼ା ଟ୍ରେନରେ ମାସିକ ସିଜିନ ଟିକେଟ୍ (ଏମଏସଟି) / ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦେଇଛି । ଏହି ଟ୍ରେନ୍ ଗୁଡିକ ହେଉଛି ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଂଟର ସିଟି ଏକ୍ସପ୍ରେସ , ୨୨୮୧୯/୨୨୮୨୦ ଭୁବନେଶ୍ୱର-ବିଶାଖାପାଟନମ୍-ଭୁବନେଶ୍ୱର ଇଂଟର ସିଟି ଏକ୍ସପ୍ରେସ ,୧୮୪୧୭/୧୮୪୧୮ ପୁରୀ-ଗୁଣୁପୁର-ପୁରୀ ଏକ୍ସପ୍ରେସ , ୧୨୮୯୩/୧୨୮୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଂଟର ସିଟି ଏକ୍ସପ୍ରେସ ,୧୮୫୨୮/୧୮୫୨୭ ବିଶାଖାପାଟନମ୍-ରାୟଗଡା-ବିଶାଖାପାଟନମ୍ ଏକ୍ସପ୍ରେସ୍ , ୧୮୪୪୩/୧୮୪୪୪ ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ଏକ୍ସପ୍ରେସ ,୧୮୦୪୩/୧୮୦୪୪ ଭଦ୍ରକ-ହାଓଡ଼ା-ଭଦ୍ରକ ଏକ୍ସପ୍ରେସ ଏବଂ ୧୮୦୩୮/୧୮୦୩୭ ଯାଜପୁର କେନ୍ଦୁଝର ରୋଡ଼ – ଖଡ଼ଗପୁର – ଯାଜପୁର କେନ୍ଦୁଝର ରୋଡ଼ ଏକ୍ସପ୍ରେସ ।
ଉପରୋକ୍ତ ୨୪ ଟି ବିଶେଷ ଟ୍ରେନ ଗୁଡିକ ବ୍ୟତୀତ ଯାତ୍ରୀ ମାନେ ଚଳାଚଳ କରୁଥିବା ଅନ୍ୟ ବିଶେଷ ଟ୍ରେନ ମାନଙ୍କରେ ସିଜିନ ଟିକେଟ୍ (ଏମଏସଟି) / ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଯାତ୍ରା କରିବାକୁ ରେଳ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇନାହିଁ ।