ଭୁବନେଶ୍ୱର, ଆସନ୍ତା ନଭେମ୍ବର ୨୯ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା କ୍ରମେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସହ ଅଧିକ ଘନିଭୂତ ହୋଇ କ୍ରମଶଃ ପଶ୍ଚିମ-ଉତର ଦିଗକୁ ଗତି କରିପରେ । ଅପରପକ୍ଷରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ଦକ୍ଷିଣ ଉପକୂଳ ଓଡିଶାର କିଛି ସ୍ଥାନରେ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢିଛି । ତେବେ ଅଧିକାଂଶ ସ୍ଥାନରେ ତାପମାତ୍ରାରେ କୌଣସି ବଡ ଧରଣର ପରିବର୍ତନ ଘଟିନାହିଁ ।