ଭୁବନେଶ୍ୱର, ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବୁଧବାର ଦିନ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲରେ ଆରମ୍ଭ ହୋଇଛି | ଏହି ବୈଠକରେ ବିଜେପି ରାଜ୍ୟ ଶାଖାର ସାଂଗଠନିକ ବିସ୍ତାର ତଥା ରାଜ୍ୟ ସରକାରଙ୍କ ଅପାରଗତାକୁ ଘେରିବାକୁ ନେଇ ରଣନୀଚି ପ୍ରସ୍ତୁତ କରାଯିବ ।
କାର୍ଯ୍ୟକାରିଣୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି,ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ଵରୀ, ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର , କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ତଥା ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଅଛନ୍ତି । ଏହା ସହିତ ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ସଭାପତି ତଥା ପ୍ରଭାରୀ ଉପସ୍ଥିତ ଅଛନ୍ତି। ଗତକାଲି ଆୟୋଜିତ ପଦାଧିକାରୀ ବୈଠକର ନିର୍ଯ୍ୟାସ ଓ ନିଷ୍ପତ୍ତି ଉପରେ ଆଗତ ହୋଇଥିବା ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବା ସହିତ ସାଂଗଠନିକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହେବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ।