କୋରେଇ – ଯାଜପୁର ଥାନାରେ ହୋଇଥିବା ଏକ ମାମଲାରେ ଦଫା ଲଗାଇବାରେ କୋହଲ ମନୋଭାବ ପୁଲିସ ନେଇଥିବାରୁ ଆଜି ପିଡିତଙ୍କ ପରିବାର ଏସପିଙ୍କ ଭେଟି ଗୁହାରୀ କରିଛନ୍ତି । ଏତଲା ଅନୁଯାୟୀ ଦଫା ଲଗାଇବାକୁ ଏସପି ଚରଣ ସିଂହମୀନା ଯାଜପୁର ଥାନାଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ପ୍ରକାଶଯେ ଗତ ୨୮ ତାରିଖ ଯାଜପୁର ଥାନା ଅନ୍ତର୍ଗତ ମହାବୀର ଛକରେ ଏକ ଜଳଖିଆ ଦୋକାନରେ ଗ୍ରାହକ ଓ ମାଲିକ ମଧ୍ୟରେ ଜାତିଆଣାକୁ କେନ୍ଦ୍ରକରି ମାରପିଟ ହୋଇଥିଲା । ଫଳରେ ଉଭୟ ପକ୍ଷ ଆହତ ହୋଇଥିଲେ । ମାଲିକ ଲକ୍ଷ୍ମୀଧର ବେହେରା ମୁଣ୍ଡ ଫାଟିବା ସହ ସେ ଗରମ ତେଲ ଢାଳି ଦେଇଥିବା ଅଭିଯୋଗ କରିଥିଲେ ପିଡିତ ଗୌତମ ମଲିକ । ତାଙ୍କୁ ଯାଜପୁର ମୁଖ୍ୟ ଚିକିସôାଳୟରେ ଚିକିସôିତ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଗୌତମଙ୍କ ଭିଣୋଇ ଭାଗବତପୁର ଗ୍ରାମର ଅଶୋକ କୁମାର ଜେନା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୩୨୯/୧୯ ଦଫା ୨୯୪, ୩୨୬ ରେ ମାମଲା ରୁଜ୍ଜୁ କରିଥିଲା । କିନ୍ତୁ ଜାତିଆଣା ଆକ୍ଷେପ ପାଇଁ ଦଫା ଲଗାଇନଥିଲା । ଫଳରେ ଆଜି କିଶୋର କୁମାର ଜେନାଙ୍କ ନେତୃତ୍ୱରେ ଅଶୋକ କୁମାର ଜେନା, ରଂଜନ କୁମାର ଜେନା, ସୁଶାନ୍ତ କୁମାର ଜେନା, ଆକାଶ ଜେନା, ମଦନମୋହନ ଯେନା ପ୍ରମୁଖ ଏସପିଙ୍କୁ ଭେଟି ଏହି ମାମଲାରେ ଜାତିଆଣା ଦଫା ଲଗାଇବାକୁ ଅନୁରୋଧ କରିଥିଲେ ।
Related Stories
November 24, 2024
November 24, 2024