-
୧୨ ବର୍ଷର ସାଧନା ସଫଳ ହେଲା,
ପୁରୀ,ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ପବିତ୍ର ଦର୍ଶନ ଓ ସାନିଧ୍ୟ୍ୟ ଲାଭ ନିମନ୍ତେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରାଦ୍ଧଳୁ ଶ୍ରୀକ୍ଷେତ୍ର ପୁରୀକୁ ଆଗମନ କରି ମହାପ୍ରଭୁଙ୍କର ଦର୍ଶନ ଲାଭ କରିବା ସହିତ ଅଣହିନ୍ଦୁ ଭକ୍ତମାନେ ଶ୍ରୀମନ୍ଦିର ବାହାରୁ ଦର୍ଶନ କରିବା ସହିତ ଶ୍ରୀମନ୍ଦିର ଚତୃପାର୍ଶ୍ଵ ଶ୍ରଦ୍ଧା ପୂର୍ବକ ପରିକ୍ରମା କରିଥାନ୍ତି |କିନ୍ତୁ ବିଗତ ବର୍ଷ ମାନଙ୍କରେ ଖାଲ ଖମାର ସଂକୁଚିତ ରାସ୍ତା ଓ ପାଣି ଭାସୁଥିବା, ଗୋମାତା ଏବଂ ଷଣ୍ଢ ଙ୍କ ପାଦ୍ରୁଭାବ ଶ୍ରଦ୍ଧାଳୁ ମାନଙ୍କୁ ବ୍ୟଥିତ କରୁଥିଲା |ସେହିଭଳି ଶ୍ରୀମନ୍ଦିର ପ୍ରାଚୀରକୁ ଲାଗି ଅପ ବ୍ୟବହୃତ କୋଠା, ମିଠା ଦୋକାନ, ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିଲା |ସମୟ ସମୟରେ ଚତୃପାର୍ଶ୍ଵ ଅଞ୍ଚଳରେ ଟ୍ରାଫିକ ସମସ୍ୟା କଷ୍ଟ ଦାୟକ ହୋଇ ପଡୁଥିଲା |
ଏହି ସମସ୍ତ ସମସ୍ୟା କୁ ହିନ୍ଦୀ ଦୈନିକ ଖବର କାଗଜ ସନମାର୍ଗର ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ଉପଲବ୍ଧି କରି ୨୦୦୮ ମସିହା ଠାରୁ ଲଗାତାର ଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଙ୍କୁ ଏହି ସମସ୍ୟା ର ଫଟୋ ପ୍ରମାଣ ସହିତ ଦୀର୍ଘ ସମୟ ଧରି ରଥଯାତ୍ରା ସମନ୍ୱୟ ସମିତି ବୈଠକ ସମୟରେ ବୁଝାଇ ଆସୁଥିଲେ |ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିବର୍ଷ ସାମ୍ବାଦିକ ଶ୍ରୀ ଦାସଙ୍କ ଠାରୁ ସମସ୍ତ ଫଟୋ ଚିତ୍ରକୁ ସାଙ୍ଗରେ ନେଇଯିବା ସହିତ ଏହି ସବୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇ ଆସୁଥିଲେ ଯାହା ବର୍ତ୍ତମାନ ସଫଳ ଶ୍ରୀମନ୍ଦିର ଐତିହ ପରିକ୍ରମା ମାର୍ଗ ଭାବେ ସଫଳ ହେବାକୁ ଯାଉଛି |ଆସନ୍ତା ୨୪ ରିଖ ଦିନ ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତରେ ଶିଳାନ୍ୟାସ ହେଉଥିବାରୁ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି |ଏହି କାର୍ଯ୍ୟରେ ଦୀର୍ଘ ୧୨ ବର୍ଷ ମଧ୍ୟରେ ସହଯୋଗ ନିମନ୍ତେ IAS ଅଧିକାରୀ ବିଜୟ ପଟ୍ଟନାୟକ, ପ୍ରଦୀପ୍ତ କୁମାର ମହାପାତ୍ର, ସୁରେଶ ଚନ୍ଦ୍ର ମହାପାତ୍ର, ଅଶୋକ କୁମାର ମିନା, ଅରବିନ୍ଦ ପାଢ଼ୀ, ପ୍ରଦୀପ ଜେନା, ଭି କେ ପାଣ୍ଡିଆନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି |