କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି କରୋନା ମହାମାରୀ ପରିସ୍ଥିତି କୁ ନ ବୁଝି ରନ୍ଧନ ଗ୍ୟାସ ର ଅହେତୁକ ମୁଲ୍ୟ ବୃଦ୍ଧି କରି ବୋଝ ଉପରେ ନଳିତା ବିଡା ପରି ଗରିବ ର ପେଟ କୁ ଆଘାତ ଦେଇଛନ୍ତି ।ଏହାକୁ ତୀବ୍ର ବିରୋଧ କରି ଓଡ଼ିଶାର ଜନପ୍ରିୟ ନେତା ମାନ୍ୟବର ମୁଖ୍ୟମନ୍ତ୍ରୀ ଜୀ ଙ୍କର ଓଡ଼ିଶାର ଜନସାଧାରଣ ଙ୍କୁ ସ୍ୱଚ୍ଛ ଶାସନ ସେବା ଯୋଗାଇ ଦେବା ର ପ୍ରତିଶ୍ରୁତି କୁ ପାଥେୟ କରି ବିଜୁ ମହିଳା ଜନତା ଦଳ ପୁରୀ ସଦର ବିଧାନସଭା ମଣ୍ଡଳୀ ତରଫରୁ ଜିଲ୍ଲା ସଭାନେତ୍ରୀ ଶାନ୍ତିଲତା ପ୍ରଧାନ ଙ୍କ ନେତୃତ୍ୱରେ ପୁରୀ ସଦର ମଣ୍ଡଳ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ମହିଳା ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଶିଷ୍ଟ ନାରୀ ନେତ୍ରୀ ମାନେ ଉଦବୋଧନ ଦେଇ ମୋଦୀ ସରକାର ଙ୍କୁ ତୀବ୍ର ସମାଲୋଚନା କରିବା ସହିତ ତତ୍କାଳ ରନ୍ଧନ ଗ୍ୟାସ ର ମୁଲ୍ୟ ହ୍ରାସ କରିବା ପାଇଁ ଦାବି କରି ମାନ୍ୟବର ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପୁରୀ ସଦର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଦେଇଛନ୍ତି । ଯଦି ମୁଲ୍ୟ ହ୍ରାସ କରା ନଯାଏ ତେବେ ଆଗାମୀ ଦିନରେ ଓଡ଼ିଶା ରେ ବିପୁଳ ସଂଖ୍ୟାରେ ଜନ ଆନ୍ଦୋଳନ କରାଯିବ ବୋଲି ନେତ୍ରୀ ମାନେ ମତ ଉପସ୍ଥାପନ କରିଥିଲେ ।ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ସଭାପତି ମହେଶ୍ବର ମହାନ୍ତି ,ନଗର ସଭାପତି ସବ୍ୟସାଚୀ ମହାପାତ୍ର ,ସଦର ବ୍ଲକ ସଭାନେତ୍ରୀ ସୁସ୍ମିତା ରଥ , ଦୀପ୍ତିରେଖା ରାଉତରାୟ ,ପୁଷ୍ପାଞ୍ଜଳି ରଣା , ଅରୁଣୀମା ନନ୍ଦ ,ସତ୍ୟଭାମା ସାହୁ ,ଶୁଧାଂଶୁ ବାଳା ପ୍ରଧାନ ,ସୁଚିସ୍ମିତା ସାହୁ ,ରେଣୁବାଳା ମହାନ୍ତି ,ସରସ୍ୱତୀ ପ୍ରଧାନ ,ଶିବାନୀ ବେହେରା , ମୀନାକ୍ଷୀ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।

Related Stories
November 22, 2024