ଭୁବନେଶ୍ୱର, ଆୟବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ସକାଳେ ବରଗଡ଼ ଜିଲ୍ଲା ଡିଏସଡବ୍ଲ୍ୟୁଓ କାର୍ଯ୍ୟାଳୟର ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଚନ୍ଦ୍ରା ସାହୁଙ୍କ ଘର ଓ ଅନ୍ୟ ଠିକଣାରେ ଚଢାଉ କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି ।
ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ତାଙ୍କର ବରପାଲିସ୍ଥିତ ନିଜ ବାସଭବନ ବ୍ୟତୀତ ତାଙ୍କ କାର୍ଯ୍ୟାଳୟରେ ବି ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ତାଙ୍କଠାରୁ ନଗଦ ୩ ଲକ୍ଷ ୫୪ ହଜାର ୪୨୦ ଟଙ୍କା ଜବତ କରାଯାଇଛି । ଏଥିସହ ତାଙ୍କ ବାସଭବନ ଓ ବରପାଲି ନିକଟରେ ଥିବା ଗୋପେଇପାଳିରେ ଜମି ରହିଥିବା ଜଣା