ମାଲକାନଗିରି, କେନ୍ଦ୍ର ସରକାରଙ୍କ ଗ୍ୟାସ୍ ମହଙ୍ଗା ମାଡ଼ ବିରୋଧରେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ବିକ୍ଷୋଭ ପ୍ରଦର୍ଶନ ଓ ଧାରଣାକୁ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସଦର ମହକୁମାର ସର୍କିଟ୍ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ମାଲକାନଗିରି ବରିଷ୍ଠ ବିଜେଡି ନେତା ପ୍ରକାଶ ଡାଙ୍ଗ ପରିଚାଳନା କରିଥିଲେ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସଂପାଦକ ପ୍ରଭାକର ପ୍ରଧାନ, ପୂର୍ବତନ ବିଧାୟକ ମାନସ ମାଡ଼କାମୀ, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଆଡ଼ମା ରାବା, ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସୁକାନ୍ତି ବୁରୁଦା, ଜିଲ୍ଲା ସାଂଗଠନିକ ସଂପାଦକ ନୃସିଂହ ଚରଣ ମହାନ୍ତି, କୋରୁକୋଣ୍ଡା ବ୍ଲକ ସାଂସଦ ପ୍ରତିନିଧି ମଦନ ଖୋସଲା, କାଲିମେଳା ବ୍ଲକ ସାଂସଦ ପ୍ରତିନିଧି ଇ.ଭେଙ୍କଟ ରାଓ, ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଅକ୍ଷୟ ନାୟକ, କାଲିମେଳା ବ୍ଲକ ସଭାପତି ଶରତ ବିଶ୍ବାଳ, ବରିଷ୍ଠ ବିଜେଡି ନେତା ଶ୍ରୀନିବାସ ରାଓ, କାର୍ତ୍ତିକ ଦେବନାଥ, ବରିଷ୍ଠ ବିଜେଡି ନେତା ଡନେଲ୍ ପଟଲା, ସତ୍ୟ ପାଣିଗ୍ରାହି, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାଏକ, ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ପଦାଧିକାରୀ, ଜିଲ୍ଲା ବିଜୁ ଯୁବ ଜନତା ଦଳର ସମସ୍ତ ବ୍ଲକ ସଭାପତି, ସମସ୍ତ ଜିଲ୍ଲା ପଦାଧିକାରୀ, ଜିଲ୍ଲା ବିଜୁ ମହିଳା ଜନତା ଦଳର ସମସ୍ତ ବ୍ଲକ ସଭାନେତ୍ରୀ, ବିଜୁ ମହିଳା ଜନତା ଦଳର ସମସ୍ତ ଜିଲ୍ଲା ପଦାଧିକାରୀ ଓ ବିଜୁ ଛାତ୍ର ଜନତା ଦଳର ସମସ୍ତ ବ୍ଲକ ସଭାପତି ଓ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ ।