ସୁନ୍ଦରଗଡ଼, ସୁନ୍ଦରଗଡ଼ ସହରର ଏକ ସରକାରୀ ଅନୁଦାନପ୍ରାପ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ୫୩ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ରହିଛନ୍ତି । ଛାତ୍ରୀମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ବିଦ୍ୟାଳୟ କର୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଘଟଣା ପରେ ବିଦ୍ୟାଳୟକୁ ସପ୍ତାହେ ପାଇଁ ବନ୍ଦ କରାଯିବାକୁ ନିଷ୍ପତି ନିଆଯାଇଥିବା କହିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ।