-
ହଷ୍ଟେଲ ଗୁଡିକୁ ମାଇକ୍ରୋ କଂଟେନମେଂଟ ଜୋନ୍ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ
-
୭ ଦିନ ପାଇଁ ଅଫ୍ ଲାଇନ୍ କ୍ଲାସ୍ ଓ ପ୍ରାକ୍ଟିକାଲ କ୍ଲାସ୍ ବନ୍ଦ
ସମ୍ବଲପୁର,ସମ୍ବଲପୁର ଭିମସାରର ୨୨ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଭିମସାର କର୍ତୃପକ୍ଷଙ୍କ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ଏନେଇ ପଦକ୍ଷେପ ଗ୍ରହଣ ପାଇଁ ନିଷ୍ପତି ହୋଇଛି । ହଷ୍ଟେଲ ଗୁଡିକୁ ମାଇକ୍ରୋ କଂଟେନମେଂଟ ଜୋନ୍ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଛି । ଏପରିକି ହଷ୍ଟେଲରୁ ବାହାରକୁ ଏବଂ ବାହାରୁ ହଷ୍ଟେଲକୁ ଛାତ୍ରଛାତ୍ରୀଙ୍କ ଯିବା ଆସିବାକୁ ବାରଣ କରାଯାଇଛି । ସେହିପରି ୭ ଦିନ ପାଇଁ ଅଫ୍ ଲାଇନ୍ କ୍ଲାସ୍ ଓ ପ୍ରାକ୍ଟିକାଲ କ୍ଲାସ୍ ବନ୍ଦ କରାଯାଇଛି । ଅନ୍ ଲାଇନ୍ ମାଧ୍ୟମରେ କ୍ଲାସ୍ ହେବା ନେଇ ବୈଠକରେ ନିଷ୍ପତି ହୋଇଛି । ବୈଠକ ପରେ ଭିମସାର ଅଧିକ୍ଷକ ଲାଲ୍ ମୋହନ ନାୟକ ଏନେଇ ସୂଚନା ଦେଇଛନ୍ତି ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଚିହ୍ନଟ ୨୨ ସଂକ୍ରମିତଙ୍କ ମଧ୍ୟରୁ ଜଣକୁ ଛାଡି ସମସ୍ତେ ଲକ୍ଷଣ ବିହୀନ । ସମସ୍ତ ଆକ୍ରାନ୍ତ ସୁସ୍ଥ ଅଛନ୍ତି । ତେବେ ଆକ୍ରାନ୍ତଙ୍କ ନିମନ୍ତେ ଆଇସୋଲେସନର ବ୍ୟବସ୍ଥା କରାଯାଇଛି । ଲକ୍ଷଣ ଦେଖାଦେଲେ ଆରଟିପିସିଆର ଟେଷ୍ଟ କରାଯିବ ।