ଭୁବନେଶ୍ୱର, ଯେଉଁ ଛାତ୍ରଛାତ୍ରୀଙ୍କଠାରେ କୋଭିଡ୍ ଲକ୍ଷଣ ରହୁଛି, ସେମାନେ ସ୍କୁଲ ଯାଆନ୍ତୁ ନାହିଁ । ଏଭଳି ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସୁନ୍ଦରଗଡ଼ ଓ ବୁର୍ଲାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହେବା ପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ସଂକ୍ରମଣ ନେଇ ସ୍ଥାନୀୟ ପ୍ରଶାସନ ଅବଗତ ଅଛନ୍ତି । ଯେଉଁମାନେ ସଂକ୍ରମିତ, ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି । କଲେଜ ଛାତ୍ରଛାତ୍ରୀ ଟିକା ନେଇଥବାରୁ ଗୁରୁତର ହେବାର ଆଶଙ୍କା ନାହିଁ । କିନ୍ତୁ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ସାମାନ୍ୟ ଚିନ୍ତା ରହିଛି ।
ସ୍କୁଲ ଓ କଲେଜରେ କର୍ତୃପକ୍ଷ ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖନ୍ତୁ । ସ୍କୁଲ ଓ କଲେଜରେ ନିୟମ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି । ସଚେତନ ରହିଲେ, ସଂକ୍ରମଣକୁ ରୋକିପାରିବା । ଭୟଭୀତ ହେବାର ନାହିଁ, ଓଡ଼ିଶାରେ ସଂକ୍ରମଣ କମୁଛି ବୋଲି ସେ କହିଛନ୍ତି ।