ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପାଇଁ ଆଜି ଠାରୁ ମହାଯଜ୍ଞର ଶୁଭାରମ୍ଭ ହୋଇଛି । ଅପରାହ୍ନ ୩ଟା ସମୟରେ ବିଧିବଦ୍ଧ ଭାବେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଛି । ଏହି ମହାଯଜ୍ଞରେ କର୍ତା ଭାବେ ଗଜପତି ମହାରାଜା ଦିବ୍ୟସିଂହଦେବ ଯୋଗ ଦେଇଥିଲେ । ଏହି ଯଜ୍ଞ ତିନି ଦିନ ଧରି ଅନୁଷ୍ଠିତ ହେବ । ୨୪ ତାରିଖ ଅନ୍ତିମ ଦିବସରେ ପୂର୍ଣ୍ଣାହୂତି ଅନୁଷ୍ଠିତ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ସୂଚନା ଅନୁସାରେ ଏନେଇ ରବିବାର ଶ୍ରୀନଅରରେ ଗୁଆଟେକା ନୀତି ସମାପନ ହୋଇଥିଲା । ଯଜ୍ଞକାର୍ଯ୍ୟ ଆରମ୍ଭ କରିବା ପାଇଁ ଗଜପତି ତାଙ୍କର ରାଜଗୁରୁ ଶୁଧାଶୁଂ ଶେଖର ରାଜଗୁରୁଙ୍କୁ ପ୍ରଥମ ଆଚାର୍ଯ୍ୟ ଭାବେ ବରଣ କରିଥିଲେ । ପରବର୍ତି ସମୟରେ ଗତକାଲି ଯଜ୍ଞ ଶାଳାରେ ଅଙ୍କୁରାରୋପଣ, ଅଧିବାସ କର୍ମ ବ୍ରାହ୍ମଣ ମାନଙ୍କ ଦ୍ୱାରା ଅନୁଷ୍ଠିତ ସମ୍ପୂର୍ଣ୍ଣ ହୋଇଥିଲା |ଏହି କାର୍ଯ୍ୟକ୍ରମରେ ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର,5T ସଚିବ ଭି କେ ପାଣ୍ଡିଆନ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କିଶନ କୁମାର, ପୁରୀ ଜିଲ୍ଲପାଳ ସମର୍ଥ ବର୍ମା, ପୁରୀ ଏସପି ଡ଼ କନୱାର ବିଶାଲ ସିଂ ଓ ଜିଲ୍ଲା ପ୍ରଶାସନ ଅନ୍ୟ ଅଧିକାରୀ ମାନେ ଯଜ୍ଞ ସ୍ଥଳ ପରିଦର୍ଶନ କରିଥିଲେ |