-
କ୍ରିୟାନୁଷ୍ଠାନ କମିଟିର ଜନ ସମ୍ପର୍କ ପଦଯାତ୍ରା
ପୁରୀ ନାମ ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ଜନ ସମ୍ପର୍କ ପଦଯାତ୍ରା ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ଆରମ୍ଭ ହୋଇ ଶ୍ରୀମନ୍ଦିର ଠାରେ ଶେଷ ହୋଇଛି | ଏହି ଜନ ସମ୍ପର୍କ ପଦଯାତ୍ରାରେ କ୍ରିୟାନୁଷ୍ଠାନ କମିଟିକୁ ଯେଉଁ ଭଳି ଜନ ସମର୍ଥନ ମିଳିଛି ଏହା ସ୍ପଷ୍ଟ ଯେ ପୁରୀବାସୀ ଚାହୁନାହାନ୍ତି କୋଣସି ବ୍ୟକ୍ତି ବିଶେଷ ବା ରାଜନୈତିକ ଦଳ ପୁରୀର ପରିଚୟ ଓ ସ୍ୱତନ୍ତ୍ରତା ଉପରେ କୁଠାର ଘାତ କରନ୍ତୁ ବା ଜଗନ୍ନାଥ ଙ୍କ ନାମକୁ ନେଇ ରାଜନୀତି କରନ୍ତୁ |ଆଗାମୀ ଦିନରେ ପୁରୀ ନାମକୁ ଯିଏ ପରିବର୍ତନ କରିବାକୁ ଚେଷ୍ଟା କରିବ ଓ ମହାପ୍ରଭୁ ଜଗନ୍ନାଥଙ୍କ ନାମକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବ ପୁରୀ ସହରବାସୀ ତାଙ୍କୁ ଘୋର ବିରୋଧ କରିବେ |
ଉକ୍ତ ପଦଯାତ୍ରାରେ ଶ୍ରୀଜଗନ୍ନାଥ ଭକ୍ତ ପରିଷଦର ସୂର୍ଯ୍ୟ ନାରାୟଣ ରଥ,ଦୃଷ୍ଟି ଟିଭିର ନାରାୟଣ ଦାଶ,ସମାଜସେବୀ ଦୀପକ କୁମାର ଦାଶ,ଓଡିଶା ବ୍ରାହ୍ମଣ ସମାଜର ଆଚାର୍ଯ୍ୟ ରତିକାନ୍ତ ଦାଶ ଶର୍ମା, ଯୁବ ଅଧିବକ୍ତା ସଂଘର ସଭାପତି ବିଶ୍ୱଜିତ ପ୍ରଧାନ, ଆଵାହକ ଅନିଲ କୁମାର ସାହୁ, ଆଶ୍ସୋସିଏସନ ଅଫ ଟ୍ୱିଟର (Ata)ର ଆଦିତ୍ୟ ନାରାୟଣ ବାରିକ,ବିପିନ ମହାନ୍ତି, ଦେବାଶିଷ ଦାଶ,
ଉତ୍କଳ ସେନାର ସୁଧାଂଶୁ କୁମାର ଜେନା,ଉର୍ଜାବାନ ଓଡିଶାର ସନ୍ତୋଷ ସେନାପତି, ନିହାରିକା ତ୍ରିପାଠୀ, ଆମ୍ ଆଦମୀ ପାର୍ଟର ସମୀର କୁମାର ସାମନ୍ତରାୟ,ଅନିଲ ସେନାପତି, ବିରଜା ପ୍ରସାଦ ନାଥ,ପୂର୍ବତନ ସେନା ଅଧିକାରୀ ପବିତ୍ର ମୋହନ ଦଳେଇ, ଶ୍ରକ୍ଷେତ୍ର ସଂସ୍କୃତି ଯୁବ ମଞ୍ଚର ପିନାକୀ ଶ୍ରୀଚନ୍ଦନ,ସଦର ବ୍ଲକ କଂଗ୍ରେସ ନେତା ଅଭିନାଶ ମିଶ୍ର,ପୁରୀ ବସ୍ତି ସୁରକ୍ଷା ମଞ୍ଚର ସଭାପତି କୃଷ୍ଣ ମୋହନ ପ୍ରଧାନ,ଆଇନଜୀଵୀ ଚିନ୍ମୟ ଦାଶ,
କିନ୍ନର ସଂଘର ସଭାପତି ଦେବକୀ ମା, ମହମଦ ରଫିକି, ଶ୍ରୀ ଚୈତନ୍ୟ ଛକ କ୍ଷୁଦ୍ର ବ୍ୟବସାୟ ସଂଘର ମାନସ ରଥ, ରଞ୍ଜନ କୁମାର ବେହେରା,ପ୍ରିୟ ପ୍ରସାଦ ମିଶ୍ର, ବିଭୁ ଚନ୍ଦ୍ର ନାୟକ, ଜଗନ୍ନାଥ ବସ୍ତି କମିଟିର କୁନା ପାଢ଼ୀ, ରମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |