ମାଲକାନଗିରି, ମାଲକାନଗିରି ଜିଲ୍ଲା ପୌରପରିଷଦ ଅଞ୍ଚଳର ମୁଣ୍ଡାଗୁଡା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବିଶ୍ଵ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମତ୍ସ୍ୟ ଅଧିକାରୀ ନୃସିଂହ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡକ୍ଟର ଅସିତ ରଞ୍ଜନ ଦାସ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ.ଜୟନ୍ତ ଶତପଥୀ, ଲିଡ ବ୍ୟାଙ୍କ ମ୍ୟାନେଜର ନରସିଂହ ପାଢୀ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ସୁଶାନ୍ତ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ମତ୍ସ୍ୟ ସମ୍ପଦର ବିକାଶ, ମତ୍ସ୍ୟଚାଷର ପ୍ରଣାଳୀ, ଚାଷୀ ମାନଙ୍କୁ ସରକାରୀ ପ୍ରୋତ୍ସାହନ, ବ୍ୟାଙ୍କ ଋଣ ସହ ରକ୍ଷଣାବେକ୍ଷଣ, ମତ୍ସ୍ୟ ଖାଦ୍ୟ, ରୋଗମୁକ୍ତ ଚାଷ ପାଇଁ ବିଭିନ୍ନ କିସମର ଔଷଧ ପ୍ରୟୋଗ ଇତ୍ୟାଦି ସମ୍ବନ୍ଧରେ ଅତିଥି ମାନେ ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସାତଗୋଟି ବ୍ଲକର ମତ୍ସ୍ୟ ଚାଷୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟ ମାନେ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ମତ୍ସ୍ୟ ଚିକିତ୍ସାଧିକାରୀ ଶ୍ରୀ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।