ନୂଆପଡା, ବାହାର ରାଜ୍ୟକୁ ଚାଲାଣ ବେଳେ ନୂଆପଡା ଜିଲ୍ଲା କୋମନା ପୋଲିସ ଦ୍ବାରା ୧୧ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫ ଜଣ ଶିଶୁ ଏବଂ ୬ ଜଣ ପୁରୁଷ ଓ ମହିଳା ଅଛନ୍ତି । ଉଦ୍ଧାର ଦାଦନ ମାନେ କୋମନା ବ୍ଲକ ପେଣ୍ତରାବନ ପଞ୍ଚାୟତ ପଲସିପାନି ଗାଁର । ଏମାନେ ଏକ ଗାଡିରେ ଲାଠୋର ଯାଇ ସେଠାରୁ ହାଇଦ୍ରାବାଦ ଇଟା ଭାଟିକୁ ଯାଇଥାନ୍ତେ । ଜିଲ୍ଲା ଶ୍ରମ ଅଧିକାରୀଙ୍କ ତଦନ୍ତ ପରେ ଉଦ୍ଧାର ଶ୍ରମିକଙ୍କୁ ନିଜ ଗାଁକୁ ପଠାଇ ଦିଆଯାଇଛି ।